ସୁଶୀଲ ଚନ୍ଦ୍ରା ପରବର୍ତ୍ତୀ ସିଇସି

0 79

ନୂଆଦିଲ୍ଲୀ: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଭାବେ ନିଯୁକ୍ତ ହେବେ । ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହିଛି । ନିର୍ବାଚନ ଆୟୋଗର ସବୁଠୁ ଉଚ୍ଚ ପଦବୀ ସିଇସି ପାଇଁ ସୁଶୀଲ ଚନ୍ଦ୍ରାଙ୍କ ନାମକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି । ତାଙ୍କୁ ସିଇସି ଭାବେ ନିଯୁକ୍ତ କରାଯିବା ସମ୍ପର୍କରେ ଯେକୌଣସି ସମୟରେ ସରକାର ଆଦେଶ ଜାରି କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୯ ଫେବୃୟାରୀ ୧୪ରେ ସୁଶୀଲ ଚନ୍ଦ୍ରାଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା । ଆସନ୍ତା ୧୩ତାରିଖରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅବସର ଗ୍ରହଣ କରୁଥିବାରୁ ସୁଶୀଲ ଏହି ଦିନ ସିଇସି ପଦବୀ ଗ୍ରହଣ କରିବେ । ଆସନ୍ତା ୨୦୨୨ ମେ ୧୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ନିର୍ବାଚନ ଆୟୋଗକୁ ଆସିବା ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ଥିଲେ ।

Leave A Reply

Your email address will not be published.