ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ : ୧୩ ବର୍ଷିୟା ନାବାଳିକା ପର୍ଯ୍ୟଟକ କରୋନା ପଜିଟିଭ୍

78

ପୁରୀ : ପୁରୀ ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୨୩ ଜଣ ପଜିଟିଭ୍ ପୁରୀ ଶ୍ରୀମନ୍ଦିର ସହିତ ଜଡ଼ିତ ଥିବା ଜଣାପଡିଛି । ସେଥିମଧ୍ୟରେ ଶ୍ରୀମନ୍ଦିରର ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ, ଜୋତାଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ, ଜଗନ୍ନାଥ ଟେମ୍ପଲ ପୋଲିସ କର୍ମଚାରୀ ଓ ଜଣେ ମାଳି ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଏହା ବ୍ୟତୀତ ପୁରୀ ଷ୍ଟେସନରୁ ଜଣେ ୧୩ ବର୍ଷିୟା ନାବାଳିକା ପର୍ଯ୍ୟଟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । 

Comments are closed.