କଟକଣା ମଧ୍ୟରେ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱରଙ୍କ ପୀଠରେ ଚାଲିଛି ଝାମୁଯାତ୍ରା

68

ସାଲେପୁର : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବଙ୍କ ପୀଠରେ ଚଳିତ ବର୍ଷ କରୋନା କଟକଣା ଓ ସରକାରୀ ଗାଇଡ଼ ଲାଇନ ଅନୁଯାଇ ଆଜି ଝାମୁଯାତ୍ରା ଓ ପାଟୁଆଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି ।

ପ୍ରତିବର୍ଷ ଝାମୁଯାତ୍ରା ଓ ପାଟୁଆ ଯାତ୍ରାରେ ସ୍ରହଶ୍ରାଧିକ ଲୋକଙ୍କ ସମାଗମ ହୋଇଥାଏ । ମାସନ୍ତ ଦିନ ଝାମୁଯାତ୍ରା, କଣ୍ଟାପାଟୁଆ ଓ ହୋଇଥାନ୍ତି । ପଣା ଯାତ୍ରାରେ ଅଗ୍ନୀ ପାଟୁଆ ଦଣ୍ଡପାଟୁଆ, ଖଣ୍ଡାପାଟୁଆ, ସିଡିପାଟୁଆ ମାନସିକ ଧାରୀ ମାନେ ସେମାନଙ୍କର ମନୋବାଞ୍ଛା ପୂର୍ଣ ପାଇଁ ହୋଇଥାନ୍ତି । ସେହିପରି ୭ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କରୋନା ପାଇଁ ଶେଷକୁ ପାଟୁଆ ଯାତ୍ରାକୁ ସ୍ଥଗିତ ରଖାଯିବା ସହ ନୀତିକାନ୍ତି ଅନୁଯାଇ କେବଳ ବିଧିରକ୍ଷା ପାଇଁ କାର୍ଯ୍ୟକ୍ରମ ଚାଲୁରହୁଛି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।

Comments are closed.