ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା

66

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ଆଜି ରାତି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟ ମଧ୍ୟରେ ୧୪୪ ଧାରା ମଧ୍ୟ ବଳବତର ରହିବ । ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ୧୪୪ ଧାରା ଲାଗୁ ହେଉଥିବାରୁ ବିନା କାରଣରେ ବାହାରେ ବୁଲିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ବ୍ୟକ୍ତିମାନଙ୍କୁ ଯିବାଆସିବା ଲାଗି ଅନୁମତି ମିଳିବ ।

ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ । ଉଲ୍ଲେଖ୍ୟଯୋଗ୍ୟଯେ କରୋନା ସଂକ୍ରମଣ ବୃଦ୍ଧିରେ ବ୍ରେକ୍ ଲଗାଇବାପାଇଁ ରଖି ରାଜ୍ୟ ସରକାର ଶନିବାର ଠାରୁ ୧୦ ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ । ଏହାସହ ଅନ୍ୟ ୨୦ ଟି ଜିଲ୍ଲାର ସହରାଂଚଳରେ ରାତି ୯ ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡ଼ାକଡ଼ି କରିବା ଲକ୍ଷ୍ୟରେ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ।

Comments are closed.