ଜଗତସିଂହପୁର ଓ ପାରାଦ୍ୱୀପ ପୌରାଚଂଳ ସହିତ ଅନ୍ୟ ୬ ବଜାରରେ ରାତ୍ରିକାଳୀନ କର୍ଫ୍ୟୁ ସହ ୧୪୪

68

ଜଗତସିଂହପୁର : କରୋନା ଦ୍ୱିତୀୟ ଲହରର ପ୍ରଭାବକୁ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟର ବିଭିନ୍ନ ସହରରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଜଗତସିଂହପୁର ଓ ପାରାଦ୍ୱୀପ ପୌରାଚଂଳ ସହିତ ରଘୁନାଥପୁର, ତାରପୁର, ଜୟପୁର ବଜାର, ତିର୍ତୋଲ, ରାହାମା, କୁଜଙ୍ଗରେ ବଜାରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ ସହିତ ୧୪୪ ଧାରା ଜାରୀ କରାଯାଇଛି । ରାତି ୯ଟା ଠାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି । 

Comments are closed.