ଗର୍ଭବତୀ ମହିଳାଙ୍କୁ ଦିଆଯାଉ ଫାଇଜର କିମ୍ବା ମଡେର୍ଣ୍ଣା ଟିକା

40

ଲଣ୍ଡନ : କରୋନା କବଳରେ ଏବେ ପୁରା ବିଶ୍ୱ । ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ଆକ୍ରାନ୍ତ କରୁଛି ଏହି ମହାମାରୀ । ତେବେ ଏହି ମହାମାରୀରୁ ଗର୍ଭବତୀ ମହିଳାଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ ଫାଇଜର’ କିମ୍ବା ମଡେର୍ଣ୍ଣା’ ଟିକା ଦିଆଯାଉ । ବ୍ରିଟେନର ଗର୍ଭବତୀ ମହିଳାମାନେ ଏହି ଦୁଇ କମ୍ପାନୀ ନିର୍ମିତ କୋଭିଡ-୧୯ ଟିକା ନେବା ଉଚିତ ।

ଏନେଇ ବ୍ରିଟିଶ ପବ୍ଲିକ ବଡି ଶୁକ୍ରବାର କହିଛି । ‘ଫାଇଜର’ ଓ ‘ମଡେର୍ଣ୍ଣା’ କୋଭିଡ-୧୯ ଟିକା ନିରାପଦ ବୋଲି ସେମାନେ କହିଛନ୍ତି । “ଜଏଣ୍ଟ୍ କମିଟି ଅନ୍ ଭ୍ୟାକ୍ସିନେସନ୍ ଆଣ୍ଡ୍ ଇମ୍ୟୁନାଇଜେସନ୍’ (ଜେସିଭିଆଇ) କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ମୁଖ୍ୟତଃ ଏହି ଦୁଇଟି ଟିକା ଦିଆଯାଇଛି । କାହାରି କ୍ଷେତ୍ରରେ ଏହି ଟିକା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ ।

ଏଯାଏଁ ଏଥିରୁ ଭଲ ରେଜଲ୍ଟ ଆସିଛି । ଏହି ତଥ୍ୟାକୁ ଆଧାର କରି ଇଂଲଣ୍ଡରେ ଯେଉଁ ସବୁ ଅଞ୍ଚଳରେ “ଫାଇର୍ଜବାୟୋଏନ୍ଟେକ୍” କିମ୍ବା “ମଡର୍ଣ୍ଣା’ ଟିକା ମିଳୁଛି ସେଠାକାର ମହିଳାମାନଙ୍କୁ ଏହି ଟିକା ଦିଆଯିବା ଉଚିତ ବୋଲି “ଜେସିଭିଆଇ’ ପରାମର୍ଶ ଦେଇଛି । ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଟିକା ସବୁ ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ନୁହେଁ । କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଦରକାର ବୋଲି ଜେସିଭିଆଇ କହିଛି ।

ସୂଚନାଯୋଗ୍ୟ ଯେ ଟିକାର ପ୍ରଭାବ ସମ୍ବନ୍ଧରେ ଯଥେଷ୍ଟ ସୂଚନା ଜଣା ନଥିବାରୁ ପୂର୍ବରୁ ଇଂଲଣ୍ଡର ଗର୍ଭବତୀ ମହିଳାମାନଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିଲା । ନିକଟରେ ବ୍ରିଟେନରେ ଆଷ୍ଟ୍ରାଜେନିକାର କୋଭିଡ-୧୯ ଟିକା ନେବା ପରେ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ ଆସିଥିଲା । ଏପରିକି କେତେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଅଭିଯୋଗ ହୋଇଥିଲା ।

Comments are closed.