ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପରେ ଶେଷ ହେଲା କୁମ୍ଭମେଳା

68

ନୂଆଦିଲ୍ଲୀ : କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧୁସ୍ୟମାନଙ୍କୁ ଆହ୍ୱାନ ଜଣାଇବାର କିଛି ଘଣ୍ଟା ପରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅନୁଷ୍ଠିତ ହେଉଥିବା କୁମ୍ଭ ମେଳାକୁ ସମାପ୍ତ କରାଯାଇଛି । ଦେଶର ଅନ୍ୟତମ ଶୀର୍ଷ ସନ୍ଥ ଏବଂ ସାଧୁସଂଘ ଜୁନା ଆଖଡ଼ାର ମୁଖ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରି ମାସବ୍ୟାପି ଚାଲିବାକୁ ଥିବା କୁମ୍ଭାମଳା ସମୟ ପୂର୍ବରୁ ଶେଷ ହେଲା ବୋଲି ଘୋଷଣା କରିଛନ୍ତି ।

ସେ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, ଆମର ପ୍ରଥମ ପ୍ରାଥମିକତା ହେଉଛି କୋଭିଡ୍ କବଳରୁ ଭାରତର ଲୋକଙ୍କ ସୁରକ୍ଷା । କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଆମେ ବିଧିମୁତାବକ କୁମ୍ଭରେ ଆବାହିତ ସମସ୍ତ ଦେବବେବୀଙ୍କୁ ବିସର୍ଜନ କରିଛୁ । ଜୁନା ଅଖଡ଼ା ପାଇଁ ଏହା ହେଉଛି କୁମ୍ଭର ପରିସମାପ୍ତି । କୋଭିଡ୍-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତକୁ ବିଜୟୀ କରିବା ଲାଗି ସହଯୋଗ କରିବା ନିମନ୍ତେ କୁମ୍ଭମେଳାକୁ “ପ୍ରତୀକାତ୍ମକ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଧୁସନ୍ଥଙ୍କୁ ନିବେଦନ କରିଥିଲେ ।

ହିନ୍ଦୀରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରିଜୀଙ୍କ ସଂଗେ ଆଜି ଫୋନ୍ ରେ କଥାବାର୍ତ୍ତା କରିଛି । ସବୁ ସ୍ୟମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେଲି । ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି । ଏଥିନିମନ୍ତେ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ । ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି । କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ । ଏହାଦ୍ୱାରା ଏହି ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ ।

Comments are closed.