ଜୟପୁର ଉପ କାରାଗାରରେ ପୋଲିସର ଚଢ଼ାଉ

65

କୋରାପୁଟ : ଜୟପୁର ସହରରେ ଥିବା ଉପକାରାଗାର ଉପରେ ଭୋର ୫ଟା ସମୟରେ କୋରାପୁଟ ଏସପିଙ୍କ ସହିତ ଜୟପୁର ଉପଜ଼ିଲ୍ଲାପାଳ ସମେତ ଜୟପୁର ଟାଉନ  ସଦର ପୋଲିସ ସହିତ ବୈପାରୀଗୁଡା  ଓ ବାରିଗୁମ୍ମା  ପୋଲିସର ମିଳିତ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା  । ଏହି ଉପକାରାଗାରରେ ଦୁର୍ଦାନ୍ତ ଅପରାଧୀ ଠାରୁ ଆରମ୍ଭ କରି ଗଞ୍ଜେଇ ମାଫିଆ ପର୍ଯ୍ୟନ୍ତ ସଜା କାଟୁଛନ୍ତି  । କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲି କୌଣସି ସୂତ୍ରରୁ ଖବର ପାଇଁ ରାତି ଅଧିଆ  ଚଢ଼ାଉ କରିଥିଲେ  । ଚଢ଼ାଉ ସମୟରେ ୧୮,୦୦୦ ଟଙ୍କା ସହିତ ଗୋଟେ ମୋବଇଲ ଫୋନ ଗୋଟେ ପେନ ଡ୍ରାଇଭ ସହିତ ଜିମ ଉପକରଣ ମାନ ମିଳିଥିଲା ।

ଏତେ ସିକୁରିଟି ସହିତ ସିସିଟିଭି ଥାଇ ମଧ୍ୟ ଏ ସବୁ ସାମଗ୍ରୀ କେମିତି ଜେଲ ମଧ୍ୟକୁ ପ୍ରବେଶ କଲା ଏହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । କଛି ଦିନ ପୂର୍ବରୁ ଜୟପୁର ଜେଲରେ ହେଉଥିବା ସମସ୍ତ ଉର୍ନ୍ନତି ମୂଳକ କାର୍ଯ୍ୟ  ଯଥା କଏଦୀ ମାନଙ୍କୁ ନୀତି ଶିକ୍ଷା ଦିଆ ଯିବା ସହିତ ଖେଳ, ବ୍ୟୟାମ ଓ ସ୍ୱାସ୍ଥ୍ୟର ଯତ୍ନ ନେବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେଉଥିଲେ ଜେଲର ପରିଚାଳକ । କେହି ଜନ୍ମ ରୁ ଅପରାଧୀ ହୋଇନଥାନ୍ତି ପରିସ୍ଥିତି ଓ ପରିବେଶ ଭିତରେ ଅପରାଧୀ ବନିଥାନ୍ତି । ଅପରାଧୀ ମାନଙ୍କ ମନରୁ ହିଂସା ପିତିହିତ କରିବା ପାଇଁ ପ୍ରବଚନ ସହିତ ମେଳା ମଧ୍ୟ କରାଯାଇଥାଏ ।

ଜେଲର ପରିଚାଳକ ଜେଲକୁ ନିଜ ଘରଭଳି  ଭାବି ଦିନ ରାତି ଏକା  କାର କରି  ଏକ ଆଦର୍ଶ ଉପ କାରାଗାର ରୂପରେ ଗଢିବା ପାଇଁ ଲାଗିପଡ଼ିଥିଲେ । ଏହି ସବୁ ମହତ କାର୍ଯ୍ୟ ପାଇଁ ବହୁଥର ରାଜ୍ୟ ସରକାରଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି । ଜେଲର କଛି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ପାଇଁ ଏହା ଘଟିଛି ବୋଲି ଜେଲ ପରିଚାଳକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି । ଆଗାମୀ ଦିନରେ ସମସ୍ତ ତଥ୍ୟକୁ ଭିତିକରି ପ୍ରକୃତ ଦୋଷୀ କୁ ଉଚିତ ଦଣ୍ଡ ବିଧାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Comments are closed.