ତୃଷାର୍ଥ ହରିଣ ନଦୀରୁ ପାଣି ପିଉଥିବା ବେଳେ କୁକୁର ଆକ୍ରମଣରେ ମୃତ

0 66

ପାରଳାଖେମୁଣ୍ଡି, ୧୮ା୪ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଠର ନଳା ନଦୀରେ ଜଙ୍ଗଲ ମଧ୍ୟରୁ ଏକ ତୃଷାର୍ଥ ହରିଣ ପାଣି ପିଉଥିବା ବେଳେ କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ଜଙ୍ଗଲରେ ଅବାଧ ଗଛ କଟା ଏବଂ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ସମ୍ପଦକୁ ପୋଡି ପାଉଁଶ କରାଯାଉଥିବା ଯୋଗୁଁ ଦିନକୁ ଦିନ ବ୍ୟାପକ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ଫଳରେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ବାସଶୂନ୍ୟ ହେବା ସହ ଖାଦ୍ୟ ଓ ପାନୀୟର ଘୋର ଅଭାବ ଅନାଟନ ମଧ୍ୟରେ ନିକଟସ୍ଥ ଜନବସତି ମୁହାଁ ହେଉଛନ୍ତି । ଶୁକ୍ରବାର ରାତ୍ର ସମୟରେ ଏକ ହରିଣ ଅତ୍ୟନ୍ତ ତୃଷାର୍ଥ ହୋଇ ଜନବସତି ନିକଟରେ ଥିବା ପାଣି ପିଇବା ଅନ୍ୱେଷଣରେ ଅଠରନଳା ନଦୀକୁ ଆସିଥିଲା । ହରିଣଟି ପାଣି ପିଉଥିବା ବେଳେ ଜନବସତିରେ ଥିବା କୁକୁରମାନେ ତାକୁ ଘେରାଇ ଆକ୍ରମଣ କରିଥିଲେ । ଏଥିରେ ହରିଣଟି ଗୁରୁତର ଭାବେ କ୍ଷତାକ୍ତ ହୋଇ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୈଡି ଚାଲିଯାଇଥିଲା । ଅଞ୍ଚଳବାସୀଙ୍କ ଅଞ୍ଚଳବାସୀ ଏହି ଘଟଣାଟି ଜାଣିବା ପରେ ମୋହନା ବନ ବିଭାଗକୁ ଖବର ଦେଇଥିଲେ । ଏଥିରେ ରେଞ୍ଜ ଅଧିକାରିଣୀ କଳ୍ପନା ନାୟକ ଓ ବନକର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ପହଞ୍ôଚ କ୍ଷତାକ୍ତ ଅବସ୍ଥାରେ ଥିବା ହରିଣଟିକୁ ଖୋଜି ଉଦ୍ଧାର କରିଥିଲେ । ଏହାପରେ ପଶୁ ଚିକିତ୍ସା କେନ୍ଦ୍ୁ ନେଇ ତାର ଚିକିତ୍ସା କରାଯାଇଥିଲା । ହରିଣଟିର ଗୋଡ ଓ ଦେହର ବିଭିନ୍ନ ସ୍ଥାନରେ କୁକୁରମାନେ ଆକ୍ରମଣ କରି ଗୁରୁତର କ୍ଷତାକ୍ତ କରିଦେଇଥିବାରୁ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ହରିଣଟିର ମୃତ୍ୟୁ ଘଟିଛି । ଏହାପରେ ହରିଣର ଶବକୁ ଶବବ୍ୟଚ୍ଛେଦ କରାଯାଇଥିଲା । ପରେ ଗତକାଲି ଅପରାହ୍ନରେ ମୃତ ହରିଣକୁ ବନବିଭାଗ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିଲା ।

Leave A Reply

Your email address will not be published.