ନରେଡି ବ୍ୟାରେଜ୍ ପାଇଁ ନବୀନଙ୍କୁ ଚିଠି ଲେଖିଲେ ରେଡ୍ଡୀ

66

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଓଡିଶାର ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିବା ବଂଶଧାରା ନଦୀର ନରେଡ଼ି ବ୍ୟାରେଜ ନିମନ୍ତେ ଚିଠି ଲେଖିଛନ୍ତି ଜଗନମୋହନ ।

ଜଗନମୋହନ କହିଛନ୍ତି ବଂଶଧାରା ପ୍ରକଳ୍ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆଶା କରୁଛି । ଏହାକୁ ନେଇ ଥିବା ବିବାଦକୁ ବୁଝାମଣା ଜରିଆରେ ସମାଧାନ କରାଯାଉ ଏବଂ ଜଳପ୍ରକଳ୍ପ ହେବା ଦ୍ୱାରା ଉଭୟ ରାଜ୍ୟର ସୀମାନ୍ତ ଚାଷୀ ଉପକୃତ ହେବେ ବୋଲି ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଜଗନ ମୋହନ କହିଛନ୍ତି, ମୁଁ ଆଲୋଚନା ପାଇଁ ସକାରାତ୍ମକ ରହିଛି । ଓଡିଶା ଯାଇ ଆଲୋଚନା କରିବାକୁ ମଧ୍ୟ ଆଗ୍ରହ ରହିଛି । ଏ ନିମନ୍ତେ ଓଡିଶା ସରକାରଙ୍କ ସହଯୋଗ ଆବଶ୍ୟକ ।

ବଂଶଧାରାରେ ଦ୍ୱାରା ପ୍ରଭାବିତ ହେଉଥିବା ୭୦ ପ୍ରତିଶତ ଜଳ ନଷ୍ଟ ହେଉଛି । ଏହା ଚାଷୀଙ୍କ କାର୍ଯ୍ୟରେ ଉପଯୋଗ ହୋଇପାରୁନାହିଁ । ତେଣୁ ଏହାକୁ ଅଟକାଇ ଚାଷୀଙ୍କ ସ୍ୱାର୍ଥରେ ବିନିଯୋଗ ପାଇଁ ଆନ୍ଧ୍ର ସରକାର ଆଗ୍ରହୀ ଅଛନ୍ତି ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ । ଏହି ପ୍ରୋଜେକ୍ଟ ପାଇଁ ଉଭୟ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରାଯାଉ ।

ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଆନ୍ଧ୍ରପ୍ରଦେଶ ବ୍ୟତୀତ ଓଡିଶାର ଗଜପତି ଜିଲ୍ଲାର ଚାଷୀ ମଧ୍ୟ ଲାଭ ପାଇବେ । ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଦରକାର । ନରେଡି ବ୍ୟାରେଜ୍କୁ ନେଇ ସୁପ୍ରିମ୍କୋର୍ଟରେ ମଧ୍ୟ ମାମଲା ରହିଛି । ୨୦୧୭ ମସିହାରେ ଏନେଇ କେସ୍ ହୋଇଛି । ସେବେଠାରୁ ବ୍ୟାରେଜ୍ କାର୍ଯ୍ୟ ବ୍ୟାହତ ଘଟିଛି ।

Comments are closed.