ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ରର ମୋହର : ମଇ ପହିଲାରୁ ୧୮ବର୍ଷରୁ ଊଦ୍ଧ୍ୱର୍ଙ୍କୁ ଟିକା

65

ନୂଆଦିଲ୍ଲୀ : ମଇ ୧ରୁ ସମସ୍ତ ପ୍ରାପ୍ତବୟସ୍କ ଟିକା ନେବେ । ଅର୍ଥାତ୍ ଏବେ ଟିକା ନେବାର ସର୍ବନିମ୍ନ ବୟସ ୧୮ କରିଛନ୍ତି ସରକାର । କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାର୍ମା କମ୍ପାନୀମାନଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ ।

ଏହାପରେ ବାକି ଡୋଜ୍ ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇପାରିବେ । ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଟିକାକରଣକୁ ନେଇ ଏହି ବଡ଼ ଘୋଷଣା କରିଛନ୍ତି । ମଇ ୧ରୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେପେଟ କିନ୍ତୁ ଖୋଲାବଜାରରେ ଉପଲବ୍ଧ ହେବାକୁ ଥିବା ଟିକାର ମୂଲ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ନବୀନଙ୍କ ପ୍ରସ୍ତାବ ଉପରେ ଆଜି କେନ୍ଦ୍ର ସରକାର ମୋହର ମାରିଛନ୍ତି ।

Comments are closed.