ଇତିହାସ ରଚିଲା ନାସା: ମଙ୍ଗଳରେ ଉଡାଇଲା ହେଲିକପ୍ଟର

69

ନୂଆଦିଲ୍ଲୀ : ଜାତୀୟ ମହାକାଶ ଗବେଷଣା ସଂସ୍ଥା ନାସା ସୋମବାର ଇତିହାସ ରଚିଛି । ଅପରାହ୍ନ ପ୍ରାୟ ୪ଟା ସମୟରେ ଅନ୍ୟଗ୍ରହରେ ପ୍ରଥମଥର ପାଇଁ ହେଲିକପ୍ଟର ଉଡାଇଛି ନାସା । ଏହି ହେଲିକପ୍ଟରର ନାଁ ରଖାଯାଇଛି “ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ । ପୂର୍ବରୁ ଏପ୍ରିଲ ୧୧ ତାରିଖରେ ପ୍ରଥମଥର ପାଇଁ ହେଲିକପ୍ଟର ଉଡାଣ ଭରିବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଶନକୁ ସ୍ଥଗିତ କରାଯାଇଥିଲା । ହେଲିକପ୍ଟର ଉଡାଣ ଭରିବା ସମୟରେ
ଏହାର ଟାଇମର୍ ସଠିକ୍ ଢଙ୍ଗରେ କାମ କରୁନଥିଲା । ମିଶନକୁ ନେଇ ନାସା କହିଛି ଯେ, ଟାଇମରରେ କିଛି ତ୍ରୁଟି ଯୋଗୁଁ ପ୍ରୀ-ଫ୍ଲାଇଟ୍ ମୋଡରୁ ଫ୍ଲାଇଟ୍ ମୋଡକୁ ଆସିବା ବ୍ୟବସ୍ଥାରେ କିଛିଟା ଗଡବଡ ଦେଖାଦେଇଥିଲା । ସେଥିପାଇଁ ମିଶନକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା କୌଣସି ଦ୍ୱିଧାରେ ମଙ୍ଗଳ ଗ୍ରହରେ ପହଞ୍ଚିଛି ଏବଂ ସୁରକ୍ଷିତ ଅଛି । ନାସା ଲଗାତାର ଭାବେ ଉକ୍ତ ହେଲିକପ୍ଟର ସହିତ ସମ୍ପର୍କରେ ଅଛି ।

Comments are closed.