କାଲିଠାରୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ବନ୍ଦ

66

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଛି ।

ଏହାକୁ ଦୃଷ୍ଟି ରଖି ଓ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଦେଇଥିବା କ୍ଷମତାର ଉପଯୋଗ କରି ବିଏମ୍‌ସି ଅଂଚଳରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଏହି ନିଷ୍ପତି ନେଇଛୁ । ବର୍ତମାନ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦି ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି ।

ତେବେ ସବୁ ଧର୍ମାନୁଷ୍ଠାନରେ ଦୈନନ୍ଦିନ ନୀତିକାନ୍ତି ସଂପନ୍ନ କରିବାକୁ ଅନୁମତି ଦିଆଯାଇଛି । ଆଗାମୀ ଦିନରେ ସ୍ଥିତିକୁ ଦେଖି ପୁଣି ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ।ବିଏମ୍‌ସି ପକ୍ଷରୁ ଏନେଇ ଗାଇଡ୍ ଲାଇନ୍ ମଧ୍ୟ ଜାରି କରାଯାଇଛି ।

ଧର୍ମାନୁଷ୍ଠାନ ଗୁଡ଼ିକରେ ନୀତିକାନ୍ତି ସଂପନ୍ନ କରିବାକୁ ଉପସ୍ଥିତ ରହୁଥିବା ପୂଜକ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେମାନେ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରିବେ । ପୂଜକ ଓ ଅନ୍ୟ କର୍ମଚାରୀ ଧର୍ମାନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବାକୁ ତଥା ହାତ ଧୋଇବାକୁ ହ୍ୟାଣ୍ଡୱାସ୍ ରଖିବାକୁ ପରିଚାଳନା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.