ଗଳା କର୍କଟରେ ପୀଡିତ ଚାନ୍ଦିନୀର ଚିକିତ୍ସା ପାଇଁ ଏସୟୁଜେ ରାୟଗଡ ତରଫରୁ ଆର୍ଥିକ ସହଯୋଗ

61

ରାୟଗଡ : ଗଳା କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣମର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଚାନ୍ଦିନୀର ଚିକିତ୍ସା ପାଇଁ ରାଜ୍ୟ ସାମ୍ବାଦିକ ୟୁନିୟନ, ଓଡିଶା (ଏସୟୁଜେ,ଓଡିଶା) ରାୟଗଡ ଜିଲ୍ଳା ଶାଖା ତରଫରୁ ଆଜି ଚାନ୍ଦିନୀର ବାପା ମନୋଜ କୁମାର ପଣ୍ଡାଙ୍କୁ ୧୫ହଜାର ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି ।

ଏସୟୁଜେ ରାୟଗଡ ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ନେତୃତ୍ୱରେ ସଂଘର ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ୟ୍ୟ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ,ସଂଗଠକ ସଂପାଦକ ଦୁର୍ଗା ପ୍ରସାଦ ପାଢୀ,ସଭ୍ୟ ମୃତ୍ୟୁଂଜୟ ନନ୍ଦ,ଗୁରୁବିନ୍ଦର ସିଂ,ଉମାଶଙ୍କର ପାଢୀ,ଗୈାରୀ ଶଙ୍କର ପଟ୍ଟନାୟକ ଓ ବିଜୟ ମହାରଣା,ତୁଷାର ରଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଜି ଏହି ଟଙ୍କା ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି,ଗଳା କର୍କଟ ରୋଗରେ ପୀଡିତ ହୋଇ ଚାନ୍ଦିନୀ ଗତ ଏପ୍ରିଲ ୧୩ ତାରିଖରୁ ବିଶାଖାପାଟଣମରେ ଚିକିତ୍ସିତ ହେଉଛନ୍ତି ।

ଦୀର୍ଘ ୬୦ଦିନର ଚିକିତ୍ସା ସମୟ ମଧ୍ୟରେ ତାଙ୍କୁ ୩ଥର କେମୋ ଥେରାପି ପ୍ରଦାନ କରାଯିବ ସହ ଅନ୍ୟ ଦିନମାନଙ୍କରେ ରେଡିଅସନ୍ ମାଧ୍ୟମରେ ଚିକିତ୍ସା ଜାରି ରହିବ ବୋଲି ବାପା ମନୋଜ ପଣ୍ଡା ପ୍ରକାଶ କରିଛନ୍ତି । ତେବେ ସେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଅର୍ଥ ତାଙ୍କ ପକ୍ଷେ ପ୍ରଦାନ କରିବା ସମ୍ଭବ ହୋଇ ନ ଥିବାରୁ ସରକାରୀ ସହାୟତା ବାବଦକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।

ସେହିପରି ରେଡକ୍ରସ ପକ୍ଷରୁ ମଧ୍ୟ ସହାୟତା ମିଳିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଆର୍ଥିକ ଅନଟନରେ ରହିଥିବା ମନୋଜ ପଣ୍ଡାଙ୍କ ପରିବାରକୁ ଝିଅର ଚିକିତ୍ସା ନିମନ୍ତେ ଏସୟୁଜେ ରାୟଗଡ ତରଫରୁ ଦିଆଯାଇଥିବା ଆର୍ଥିକ ସହଯୋଗ ପାଇଁ ଶ୍ରୀ ପଣ୍ଡା ସମସ୍ତଙ୍କୁ କୃତଞତା ଜଣାଇଛନ୍ତି ।

Comments are closed.