ଧର୍ମଗଡ଼ ଏନଏସି ରେ ଥର୍ମାଲ ଟ୍ରେସିଂ ଆରମ୍ଭ

0 74

ଧର୍ମଗଡ଼,୨୪/୦୪ : କଳାହାଣ୍ଡି ଜିଲ୍ଲା ରେ କରୋନା ର ଦ୍ୱିତୀୟ ଲହର ର ପ୍ରଭାବ ଜୋର ଧରିଚାଲୁଥିବାରୁ ଛତିଶଗଡ଼ ପାର୍ଶ୍ଵ ବର୍ତ୍ତି ଅଞ୍ଚଳ ରେ ପ୍ରଶାସନ ର କଡା ଚେକିଂ ଲାଗି ରହିଛି । ଜିଲ୍ଲା ରେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ରେଡ଼ ଜୋନ ରେ ଥିବାବେଳେ ଧର୍ମଗଡ଼ ରେ ମଧ୍ୟ ଶତକ ପାର କରିସାରିଲେଣି । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କଡା ଚେକିଂ ସହିତ ଘର ଘର ବୁଲି ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି । ଧର୍ମଗଡ଼ ଏନଏସି ର ୧୪ଟି ୱାର୍ଡ ର ସମସ୍ତଙ୍କ ଥର୍ମାଲ ଟ୍ରେସିଂ ପ୍ରକ୍ରିୟା ପାଇଁ ୦୮ ଗୋଟି ଟିମ ପ୍ରସ୍ତୁତ କରାଯାଇଛି । ଏହି ଟିମ ରେ ୩୧ ଟି ଆଶା କର୍ମୀ, ୩୧ ଟି ଅଙ୍ଗନବାଡି କର୍ମୀ,୩୧ ଟି ଶିକ୍ଷକ ଓ ୧୭ ଜଣ ଏନଏସି କର୍ମୀ ଙ୍କୁ ନିଯୁକ୍ତ କରାଯାଇଛି । ଏଥି ସହିତ ଏହାର ର ପରିଦର୍ଶନ ପାଇଁ ସିଡିପିଓ ଗୋଳମୁଣ୍ଡା ପ୍ରେମଞ୍ଜରୀ ସାହୁ,ସିଡିପିଓ ଧର୍ମଗଡ଼ ସୁଚରିତା ମହାପାତ୍ର, କୋକସରା ତହସିଲ ଆର ଏସ କାର୍ତିକ ସୁନା, ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବାରିହା, ସିଡିପିଓ କୋକସରା କୁସୁମା ବେହେରା,ଗୋଳମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ ଓ ଧର୍ମଗଡ଼ ବ୍ଲକ ଆକାଉଣ୍ଟ ଅଫିସର ନିଖିଲେସ ପାତ୍ର ପ୍ରମୁଖ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ନିଯୁକ୍ତ ହୋଇଥିଲେ ।ଏଥିସହ ମାନସ ନୟନ ସ୍ୱାଇଁ,ବିଶ୍ୱମୋହନ ଠାକୁର,କେ ସି ପଟେଲ,ବିଜ୍ୟେନ୍ଦ୍ର ପ୍ରତାପ ସିଂ ଙ୍କୁ ମେଡ଼ିକାଲ ସପୋର୍ଟିଂ ଟିମ ଭାବରେ ନିଯୁକ୍ତ କରାଯାଇଛି । 

Leave A Reply

Your email address will not be published.