ବଣିକ ସଂଘ ତରଫରୁ ସ୍ୱତଃ ପ୍ରୋତଃ ଭାବରେ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ଡାକରା

68

ବଲାଙ୍ଗିର : ବଲାଙ୍ଗିର ଜ଼ୀଲ୍ଲା ରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ହେଉଥିବା ବେଇ ବଣିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆସନ୍ତା ମଇ ୭ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟା ସମୟରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସହରରେ ଦ୍ରୁତ ଗତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତେ ଏହି ଘୋଷଣାକୁ କାର୍ୟ୍ୟକାରୀ କରିବା ପାଇଁ ବଣିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଦେଶରେ ସଂକ୍ରମଣ ଭୀଷଣ ସ୍ଥିତିରେ ପହଞ୍ଚି ଥିବାବେଳେ ରାଜ୍ୟରେ ମଧ୍ୟ ଏଭଳି ଅସମ୍ଭାଳ ପରିସ୍ଥିତି ଦେଖିବାକୁ ମିଳିଛି । ଏଥି ଯୋଗୁଁ ସମସ୍ତେ ସତର୍କ ରହିବା ସହ ନିହାତି ଆବଶ୍ୟକ ନହେଲେ ଘରୁ ବାହାରିବା ଅନୁଚିତ । ସାମାନ୍ୟ ବି ଅବହେଳା ଘାତକ ହୋଇପାରେ । ସଂକ୍ରମଣକୁ ଆଖି ଆଗରେ ରଖି ସଚେତନତା ନିହାତି ଜରୁରୀ ହୋଇ ପଡିଛି ।

Comments are closed.