ସର୍ଭିସ୍ ରାଇଫଲ୍ ରୁ ଗୁଳି ଚଳାଇ ଯବାନଙ୍କ ଆତ୍ମହତ୍ୟା

68

ରାୟଗଡ଼ା : ନିଜ ସର୍ଭିସ୍ ରାଇଫଲ୍ ରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଂଚଳରେ ଆଜି ମଧ୍ୟାହ୍ନରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଯବାନଙ୍କ ନାମ ଦିଲ୍ଲୀପ କୁମାର ମାଇ । ରାୟଗଡ଼ା କାଶୀପୁର ଥାନା ବିଏସଏଫ ୬୮ ବାଟାଲିୟନରେ କାର୍ଯ୍ୟରତ ଏହି ଯବାନ ଗତ ୪ ମାସ ତଳେ ବିବାହ କରିଥିବା ସୂଚନା ମିଳିଛି । ଆତ୍ମହତ୍ୟାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ତେବେ ପାରିବାରିକ କହଳରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦିଲ୍ଲୀପ ନିଜ କ୍ୟାମ୍ପରେ ଥିବା ସମୟରେ ହଠାତ୍ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା । ସାଥୀ ଯବାନ ମାନେ ଦୌଡ଼ି ଯାଇ ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ରାୟଗଡ଼ା ଡିଏସପି ସେଠାରେ ପହଂଚି ଛାନଭିନ୍ ଜାରୀ ରଖିଛନ୍ତି । 

Comments are closed.