ଟ୍ୱିନ୍ସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି !

72

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ି ବଢ଼ି ·ଲିଛି । ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୧୦୪୪ ପଜିଟିଭ୍ । ଏଥିରେ ୮୨୫ ରହିଛି ଲୋକାଲ୍ କଣ୍ଟାକ୍ଟ କେସ୍ । ହଟ୍ସ୍ପଟ୍ ପାଲଟିଛି ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଓ ଖଣ୍ଡଗିରି । ଏହିସବୁ ସ୍ଥାନରେ ଅଧିକ ରହୁଛି ସ୍ଥାନୀୟ ସଂକ୍ରମଣ । ତେଣୁ ଯେଉଁ ସ୍ଥାନରେ କୋଭିଡ୍ କଟକଣାକୁ ଲୋକେ ମାନୁନାହାନ୍ତି ସେ ଅଞ୍ଚଳକୁ ବିଏମ୍ସି ସିଲ୍ କରିବ ବୋଲି ନିଷ୍ପତ୍ତି ନେଇଛି । ଆଜି ମାର୍କେଟ୍ ବିଲ୍ଡିଂ ଏବଂ ବାପୁଜିନଗର ଖାଉଗଳିକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଦ୍ୱିତୀୟ ଲହରରେ ବେଫିକର ହୋଇପଡ଼ିଛନ୍ତି ଲୋକେ । ବଜାରରେ କୋଭିଡ୍ ନିୟମ ମାନୁନାହାନ୍ତି ଲୋକେ । ବିଏମ୍ସି କମିଶନର କହିଛନ୍ତି ଯେ, ଲୋକେ ସଚେତନ ନହେଲେ କଡ଼ା ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବୁ । ଲୋକଙ୍କୁ ଜ୍ୱର ହେଉଥିଲେ ବି ସେମାନେ ପରୀକ୍ଷା କରୁନାହାଁନ୍ତି । ଅନେକ ସ୍ଥାନରେ ଲୋକ କରୋନା ନିୟମକୁ ପାଳନ କରୁନାହାଁନ୍ତି । ଏଭଳି ସ୍ଥିତିରେ ସଂକ୍ରମିତ ଅଞ୍ଚଳରେ ସିଲିଂ ଓ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛୁ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି । ଅନ୍ୟପଟେ ଭୁବନେଶ୍ୱର-କଟକରେ ଉପୁଜିଲାଣି ଗୋଷ୍ଠୀ ସଂକ୍ରମଣ ସ୍ଥିତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୧୮୪୦ ରହିଛି । କଟକରେ ବି ଆକ୍ରାନ୍ତ ସଂଖ୍ୟା ୪୯୬ ରହିଛି । ଏପରି ସ୍ଥିତିରେ ଟୁଇନ୍ ସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟର ସବୁଠାରୁ ବଡ ଓ ଜନଗହଳିୂର୍ଣ୍ଣ ସହର ହେଉଛି କଟକ ଓ ଭୁବନେଶ୍ୱର । ଏଠାରେ ଅଧିକ ପ୍ରବାସୀ ରହିଛନ୍ତି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଜଣେ ବ୍ୟକ୍ତି ଏକାଧିକ ଲୋକଙ୍କୁ ସଂକ୍ରମିତ କରି ।ରେ ବୋଲି ସେ ଆଶଙ୍କା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିରୁ ୧୦-୧୨ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି ।

ପରିବା ମାର୍କେଟ୍ ଓ ମଦ ଦୋକାନରେ ଅଧିକ ସଂକ୍ରମଣ : ରାଜ୍ୟରେ ଗତ କିଛି ଦିନ ଧରି କରୋନା ସଂକ୍ରମଣ ୬ହଜାର ମାର୍କରେ ଚାଲିଥିବା ବେଳେ ଆଜି ଏକାଥରକେ ଆଉ ୨ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଯାଇଛି । ଅର୍ଥାତ୍ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ବଢ଼ୁଛି ସେ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ଶ୍ରୀ ମହାପାତ୍ର କହିଛନ୍ତି ପରିବା, ମାଛ ମାର୍କେଟ୍ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ । କାରଣ ଏହି ତିନୋଟି ସ୍ଥାନରେ ଅଧିକ ଗହଳି ହେଉଛି । ଆଉ ଭିଡ଼ରେ ହିଁ ସଂକ୍ରମଣ ବଢ଼ିବାର ଅଧିକ ଆଶଙ୍କା ଥାଏ । ଏହି ସ୍ଥାନଗୁଡ଼ିକ ଉପରେ କଟକଣା ନ ଲଗାଇଲେ ସଂକ୍ରମଣ ଆହୁରି ବଢ଼ିବ ବୋଲି ଶ୍ରୀ ମହାପାତ୍ର କହଛନ୍ତି । ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ରାଜ୍ୟରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଉଛି ତାକୁ ରୋକିବା ପାଇ ନୂଆ ଷ୍ଟ୍ରାଟେଜୀ ଦରକାର । ଅର୍ଥାତ୍ ଏବେ ପୂର୍ବ ଷ୍ଟ୍ରାଟେଜୀକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜୀ ଦରକାର । ବିଶେଷକରି କଟକ ଓ ଭୁବନେଶ୍ୱରରେ କଟକଣା ଅଧିକ କରିବା ଦରକାର । ନଚେତ ସ୍ଥିତି ଆଗକୁ ଅସମ୍ଭାଳ ହେବ ବୋଲି ଡାକ୍ତର ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମଣ କରୁଛନ୍ତି । ଯେଉଁ କାରଣରୁ କମ୍ୟୁନିଟି ଟ୍ରାନ୍ସମିଶନ୍ ବା ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି, ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଜି ରାଜ୍ୟରେ ୮ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ମହଜୁଦ୍ ରହିଛି । ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି । ତେଣୁ ଯେଉଁଠାରେ ବେଡ୍ ଅଧିକ ଆବଶ୍ୟକ, ସେହିଠାରେ ବେଡ୍ ସଂଖ୍ୟା ବଢ଼ାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ମାର୍କେଟ୍ ବିଲ୍ଡିଂରେ ପଡିଲା ତାଲା : ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମ୍ସି । କୋଭିଡ କଟକଣାଙ୍କୁ କୌଣସି ଲୋକେ ମାନୁନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ । ରାଜ୍ୟରେ ଗୋଟେପଟେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ସେପଟେ କୋଭିଡ କଟକଣାକୁ ଫୁ କରାଯାଉଥିବା ଦେଖାଯାଇଥିଲା । ଭୁବନେଶ୍ୱର ଡିସିି ଏବଂ ବିଏମ୍ସି ଜୋନାଲ କମିସନଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂ ସିଲା କରାଯାଇଛି । ସୂଚନା ମୁତାବକ ୪୮ ଘଣ୍ଟା ପାଇଁ କଟକଣା ବଳବତ୍ତର କରାଯାଇଛି । ଅର୍ଥାତ ଦୁଇଦିନ ବନ୍ଦ ରହିବ ସମ୍ପୂର୍ଣ୍ଣ ମାର୍କେଟ ବିଲ୍ଡିଂ ଅଞ୍ଚଳ । ସେପଟେ ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ୍ ପରି ସ୍ଥିତି ଉପୁଜିଲାଣି । ଯେହେତୁ ଏଠି ପ୍ରବାସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରିାରେ । ଆଜି ୮ ହଜାର କାଲି ସଂକ୍ରମଣ କମିାରେ କିମ୍ବା ବଢିାରେ ବୋଲି କହିଛନ୍ତି ବିଜୟ ମହାପାତ୍ର ।

Comments are closed.