ଅକ୍ସିଜେନ ଅଭାବ ପୂରଣ ପାଇଁ ମୋଦୀଙ୍କ ବଡ଼ ପଦକ୍ଷେପ : ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ ୧ ଲକ୍ଷ କନ୍ସେନ୍ଟ୍ରେଟର

70

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କେୟାର୍ସ ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନ୍ସେନ୍ଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ,କରୋନା ସଂକଟ ବେଳେ ତରଳ ମେଡିକାଲ ଅମ୍ଳଜାନର ଅଭାବ ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ତୁରନ୍ତ ଅକ୍ସିଜେନ କନ୍ସେନ୍ଟ୍ରେଟର କିଣାଯାଇ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ । ବୈଠକରେ ପିଏମ୍ କେୟାର୍ସ ଫଣ୍ଡରୁ ୭୧୩ ପିଏସ୍ଏ ପ୍ଲଟୋ ବ୍ୟତୀତ ୫୦୦ ନୂଆ ଅକ୍ସିଜେନ ପ୍ଲାଣ୍ଟ ପାଇଁ ମଞ୍ଜୁରୀ ଦିଆଯାଇଥିଲା ।

ସୂଚନାଥାଉ କି କରୋନା ସଂକଟ ଭିତରେ ଦେଶରେ ଅନେକ ରାଜ୍ୟରେ ଏବେ ଅକ୍ସିଜେନର ଅଭାବ ଦେଖାଦେଇଛି ।ଅକ୍ସିଜେନ ଅଭାବରୁ ମେଡିକାଲରେ ଦୈନିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ଦେଖାଦେଉଛି । ଏହି ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ଏନେଇ କୋର୍ଟ ବି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ଏହାପରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ମେଡିକାଲମାନଙ୍କୁ ଅକ୍ସିଜେନ, ବେଡ ଓ ଭେଣ୍ଟିଲେଟର ଯୋଗାଇବାକୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।

Comments are closed.