ଟିକା ଅଭାବ: ୧୨ ଜିଲ୍ଲାରେ ଟିକାକରଣ ବନ୍ଦ

73

ଭୁବନେଶ୍ୱର :ରାଜ୍ୟରେ କରୋନା ତାଣ୍ଡବ ରଚିଥିବା ବେଳେ ଟିକା ହିଁ ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏହାର ଅଭାବ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ଟିକା ଅଭାବ ଯୋଗୁ ରାଜ୍ୟର ୧୨ ଜିଲ୍ଲାରେ ଗୁରୁବାର ଠାରୁ ଟିକାକରଣ ବନ୍ଦ ରହିଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ବାଲେଶ୍ୱର,ଭଦ୍ରକ, ବୌଦ୍ଧ, କଟକ, ଯାଜପୁର,କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ପୁରୀ । ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ ଲମ୍ବା ଡିଆଁ ମାରୁଥିବା ବେଳେ ଏବଂ ଗୋଟିଏ ଦିନରେ ଦୁଇ ହଜାର ମୁହାଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥଳେ ଟିକାରକରଣ ବନ୍ଦ ହେବା ବାସ୍ତବିକ୍ କ୍ଷୋଭର ବିଷୟ ବୋଲି ବିଶେଷଜ୍ଞମାନେ କହିଛନ୍ତି । କିନ୍ତୁ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯାଉଥିବାରୁ ଏଠାରେ ଟିକାକରଣ କାର୍ଯ୍ୟ ଜାରି ରହିବ ବୋଲି ଜଣାଯାଇଛି ।

Comments are closed.