ଅପହୃତା ଝିଅ ଉଦ୍ଧାର, ବିବାହିତ ପୁଅ ଗିରଫ

72

ବୁଗୁଡା : ଗତ ଏପ୍ରିଲ ୨୭ ତାରିଖ ଦିନ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଝିଅ ନିଜ ଭଉଣୀ ଘର ବୁଗୁଡାକୁ ଆସିଥିବା ସେହି ଝିଅକୁ ମନ୍ଦାର ଗ୍ରାମର ଜଣେ ବିବାହିତ ଯୁବକ ଅପହରଣ କରି ନେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ପତ୍ର ଦେବାପରେ ବୁଗୁଡା ଥାନା କେସ ନମ୍ବର ୧୯୬/୨୧ ପ୍ରକାରେ ଏକ ମାମଲା ପଞ୍ଜୀକୃତ ହୋଇ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ସବ-ଇନ୍ସପେକ୍ଟର କାର୍ତ୍ତିକ ନାୟକ ଅନୁସନ୍ଧାନ ଦାୟିତ୍ୱ ବହନ କରିଥିଲେ । ଅନୁସନ୍ଧାନ ପରେ ବ୍ରହ୍ମପୁରରୁ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅପହୃତା ଝିଅକୁ ମଇ ୧ ତାରିଖ ଦିନ ଅପରାହ୍ନରେ ଉଦ୍ଧାର କରିବା ସହ ଅପହରଣକାରୀ ବିବାହିତ ଯୁବକ ପୋଲସରା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ମିଲୁ ଜେନାକୁ ଗିରଫ କରାଯାଇଛି । ଆସନ୍ତା କାଲି ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଯିବା ସହ ମିଲୁ ଜେନାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Comments are closed.