ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଘୋଷଣା

0 67

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ ।

ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବ । ୧୯ ତାରିଖ ଯାଏଁ ବଳବତ୍ତର ରହିବ ଲକଡାଉନ୍ କଟକଣା । ମେ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ତେବେ ଏହି ଲକଡାଉନ ଅବଧି ମଧ୍ୟରେ ସରକାର କେଉଁ ସେବାକୁ ଅନୁମତି ଦେଇଛନ୍ତି ଆସନ୍ତୁ ଜାଣିବା….

ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କିଣି ହେବ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ରହିବ ନାହିଁ ।

-ଲକଡାଉନ ସମୟରେ ଟିକାକରଣ ଜାରି ରହିବ।

– ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ।

– ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ।

– ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ।

– ଜାରି ରହିବ ବ୍ୟାଙ୍କ ଓ ଏଟିଏମ ସେବା।

– ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ।

– ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ମିଳିବ ଅନୁମତି।

– ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ।

– କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ।

– ପରିବହନ ସେବା କଟକଣା ମୁକ୍ତ ହେବ।

– ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।

– ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

– ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ଲୋକେ। ଶନିବାର ଓ ରହିବାର ଏହି ସେବା ଉପଲବ୍ଧ ହେବ ନାହିଁ।

– ଔଷଧ ଦୋକାନକୁ ଯାଇ ଲୋକେ ଔଷଧ କିଣିପାରିବେ।

ସେହିପରି ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଲକଡାଉନ ସମୟରେ କ’ଣ ସବୁ ବନ୍ଦ ରହିବ?

– ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା।

– ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା।

– ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ।

– ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ।

– ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି।

– ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ।

– ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା।

– ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ।

– ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା।

ଗୃହ ନିର୍ମାଣ ସାମଗ୍ରୀ ରଖୁଥିବା ଦୋକାନ ଖୋଲା ରହିବ । ବହି ଦୋକାନ ମଧ୍ୟ ଖୋଲା ରହିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ କରାଯାଇ ପାରିବ । ମାଲପରିବହନ ଉପରେ କୌଣସି କଟକଣା ନାହିଁ । ସମସ୍ତ ପ୍ରକାର ଚାଷକାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପାଞ୍ଚଳ କୋଭିଡ୍ ଗାଇଡଲାଇନ୍ ମାନି କାର୍ଯ୍ୟ କରିବେ ।

ଘରୋଇ ଓ କର୍ପୋରେଟ୍ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅନ୍ୟମାନେ ଘରୁ କାର୍ଯ୍ୟ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ହ୍ୟାଣ୍ଡ ସାନିଟାଇଜ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ ।

Leave A Reply

Your email address will not be published.