ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କ ନିକଟରେ ଏବେ ମଧ୍ୟ ଉପଲବ୍ଧ ଅଛି ୭୯ ଲକ୍ଷରୁ ଅଧିକ ଟିକା

66

-ଆହୁରି ଅଧିକ ୧୭ଲକ୍ଷ ଟିକା ଆସନ୍ତା ତିନିଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ପଠାହେବ

ନୂଆଦିଲ୍ଲୀ : ପରୀକ୍ଷା, ଚିହ୍ନଟ,ଚିକିତ୍ସା, କୋଭିଡ ମାର୍ଗଦର୍ଶିକା ପାଳନ ଓ ଟିକାକରଣ ଭଳି ପାଞ୍ଚୋଟି ପଦକ୍ଷେପ କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ପାଇଁ ପ୍ରମୁଖ ହୋଇଥିବା ବେଳେ ଭାରତ ସରକାର ଏହି ସଂଗ୍ରାମ ଜାରି ରଖିଛନ୍ତି ।

କୋଭିଡ-୧୯ ଟିକାକରଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ଆଜି (ମେ ପହିଲା, ୨୦୨୧) ଠାରୁ ସମଗ୍ର ଦେଶରେ ତ୍ୱରାନ୍ୱିତ ହେଉଛି । ଏପ୍ରିଲ ୨୮ତାରିଖ ଠାରୁ ଯୋଗ୍ୟ ହିତାଧିକାରୀମାନଙ୍କ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଯାଇଛି । ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ କୋୱିନ ପୋର୍ଟାଲ ଯାଇ (cowin.gov.in) କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ନିଜର ନାମ ପଞ୍ଜୀକରଣ କରିପାରିବେ ।

ଭାରତ ସରକାର ଏପର୍ଯ୍ୟନ୍ତ ପ୍ରାୟ ୧୬.୩୭କୋଟି ଟିକା ମାତ୍ରା (୧୬,୩୭,୬୨, ୩୦୦) ମାଗଣାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି । ଆଜି ସକାଳ ଆଠଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ନଷ୍ଟ ହୋଇଥିବା ମାତ୍ରା ସମେତ ମୋଟ ୧୫, ୫୮, ୪୮,୭୮୨ ମାତ୍ରା ବ୍ୟବହୃତ ହୋଇଛି ।

 ୭୯ଲକ୍ଷରୁ ଅଧିକ କୋଭିଡ ଟିକା ମାତ୍ରା(୭୯, ୧୩, ୫୧୮) ଏବେ ମଧ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ମହଜୁଦ ରହିଛି ।

ଏହା ବ୍ୟତୀତ ୧୭ ଲକ୍ଷରୁ ଅଧିକ (୧୭,୩୧, ୧୧୦) ଟିକା ଆଗାମୀ ତିନିଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ପାଇବେ ।

Comments are closed.