ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଛି

73

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯.୪୫ ଲକ୍ଷ ଟେଷ୍ଟ କରାଯାଇଛି, ଯାହାକି ଏକ ରେକର୍ଡ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନରେ ଭାରତରେ ମୋଟ ୧୫,୪୯,୮୯,୬୩୫ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଏହା ମଧ୍ୟରେ, ୯୪,୧୨,୧୪୦ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍ ଏବଂ ୬୨,୪୧,୯୧୫ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

୧,୨୫,୫୮,୦୬୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୮,୧୫,୧୧୫ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୪୫ ରୁ ୬୦ବର୍ଷ ବୟସ ମଧ୍ୟରେ ୫,୨୭,୦୭,୯୨୧ ଜଣଙ୍କୁ ପ୍ରଥମ ଡୋଜ୍‌, ୩୭,୭୪,୯୩୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୫,୨୩,୭୮,୬୧୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧,୧୧,୦୦,୯୨୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଅଯାଇଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୭.୦% ଟିକା ଦିଆଯାଇଛି ୧୦ଟି ରାଜ୍ୟରେ ।

ଟିକାକରଣ ଅଭିଯାନର ୧୦୫ ତମ ଦିବସ (୩୦ ଏପ୍ରିଲ ୨୦୨୧)ରେ ୨୭,୪୪,୪୮୫ ଡୋଜ୍ ଟିକା ଦିଆଯାଇଛି ।

୨୩,୫୩୬ ସେସନରେ ୧୫,୬୯,୮୪୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୧,୭୪,୬୩୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଆଜି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି ୧,୫୬,୮୪,୪୦୬ ।

ଜାତୀୟ ସୁସ୍ଥତା ହାର ୮୧.୮୪% ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨,୯୯,୯୮୮ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୦୯% ଆସିଛନ୍ତି ଦଶଟି ରାଜ୍ୟରୁ ।

ଦେଶରେ ଗତ ୨୪ ଘଣ୍ଟାରେ ୪,୦୧,୯୯୩ କରୋନା ମାମଲା ଚିହ୍ନଟ ହୋଇଛି ।

ଏହି ନୂଆ ମାମଲାରୁ ୭୩.୭୧% ଆସିଛି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଏବଂ ବିହାର ଆଦି ୧୦ଟି ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୨,୯୧୯ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୪୮,୨୯୬ ଏବଂ କେରଳରେ ୩୭,୧୯୯ ମାମଲା ଆସିଛି ।

Comments are closed.