ମଇ ୩ରୁ ବନ୍ଦ ରହିବ ମାନବାଧିକାର ଆୟୋଗ

0 70

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ଥିବା ଓଡ଼ିଶା ମାନବାଧିକାର ଆୟୋଗ କାର୍ଯ୍ୟାଳୟ ଆସନ୍ତା ମଇ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କୋଭିଡ୍‌-୧୯ ଦ୍ରୁତ ସଂକ୍ରମଣ ତଥା ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଛୁଟି ଦିବସ ବ୍ୟତୀତ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

ଆୟୋଗର କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କର୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ଏବଂ ଯେକୌଣସି ସମୟରେ ଆବଶ୍ୟକ ପଡ଼ିଲେ ନିଜ ନିଜର କାର୍ଯ୍ୟ କରିବେ । ଏହି ସମୟରେ ଅତି ଜରୁରୀ କେସ୍ ଗୁଡ଼ିକର ଶୁଣାଣି କରାଯିବ । କାର୍ଯ୍ୟାଳୟ ଇ-ମେଲ କ୍ଟଷକ୍ସମଅଦ୍ଭସମ.ସଦ୍ଭ ମାଧ୍ୟମରେ ଅଭିଯୋଗ ପିଟିସନ୍ ଦାଖଲ କରାଯାଇ ପାରିବ । ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାରଙ୍କୁ ୮୭୬୩୬୪୨୦୮୦ ମୋବାଇଲ୍ ନମ୍ବରରେ ସଂପର୍କ କରାଯାଇପାରିବ । ଅତ୍ୟଧିକ ଜରୁରୀ କାର୍ଯ୍ୟ ପାଇଁ ସଂପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଭର୍ଚୁଆଲ ମାଧ୍ୟମରେ ନିଜର କାର୍ଯ୍ୟ କରିପାରିବେ । 

Leave A Reply

Your email address will not be published.