ଇନ୍ଦ୍ରଧନୁ ମାର୍କେଟ୍ ସିଲ୍

82

ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍ କୁ ସିଲ୍ କରିଛି ବିଏମସି । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ ଇନ୍ଦ୍ରଧନୁ ମାର୍କେଟ ଶୁକ୍ରବାରଠୁ ୨୪ ଘଂଟା ପାଇଁ ସିଲ୍ ହୋଇଛି । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ । ଏହା ପୂର୍ବରୁ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଗତକାଲି ଭୁବନେଶ୍ୱର ଡମଣା ହାଟକୁ ସିଲ୍ କରିଥିଲା ବିଏମସି । ସେହିପରି ମାର୍କେଟ୍ ବିଲ୍ଡିଂ, ଭିଏସଏସ୍ ନଗର ମାର୍କେଟ୍ ସମେତଭୁବନେଶ୍ୱରର ବହୁ ମାର୍କେଟ୍ , ସପିଂ ମଲ୍ କୁ ସିଲ୍ କରିଛି ବିଏମସି । 

Comments are closed.