କରୋନା କାଳରେ କଳାବଜାରୀ! ଖାଉଟି ମୁଣ୍ଡ ରେ ପଡ଼ୁଚି ଭାରି

0 74

ମ.ରାମପୁର ୩/୫(ଡିକେ ନ୍ୟୁଜ୍) : କିଲର୍ ଭାଇରସ କରୋନା କାହାର ଜୀବନ ନେଲାଣି ତ କାହାର ଜୀବିକା । କରୋନା କଟକଣା ଯୋଗୁଁ ଗାଁ ଗହଳି ରେ ହାଟ ବଜାର ବସୁ ନଥିବାରୁ କରୋନା ଆଳରେ କିଛି ବ୍ୟବସାୟୀ ମାନେ କଳାବଜାରୀ କରିବା ଆରମ୍ଭ କରିଥିବା ଅଭିଯୋଗ ଆସିଚି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା କୁ ଅଧିକ କଠୋର କରିବାକୁ ରଜ୍ୟ ସରକାର୍ ମଇ ୫ ରୁ ୧୯ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହାର ଫାଇଦା ନେଇ କିଛି ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ଶୁଣିବାକୁ ଦେଖିବାକୁ ମିଳୁଛି। କରୋନା କଟକଣାର ଆଳ ଦେଖାଇ କେତେକ ବେପାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାରେ ନିତ୍ୟ ବ୍ୟବହୃତ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି।ଵିଶେଷକରି ତମାଖୁ ଜାତୀୟ ଦ୍ରବ୍ୟ ବହୁଳ ପରିମାଣରେ କଳାବଜାରୀ ଚାଲିଛି। ନିର୍ଦ୍ଧିଷ୍ଟ ମୂଲ୍ୟ ଠାରୁ ବେଶ ଚଢା ଦରରେ କଳାବଜାରୀ  ଖୋଲା ବଜାରରେ ବିକ୍ରି କରୁଥିବା ନଜିର ରହିଛି। ଆଗକୁ ଅନ୍ୟ ସାମଗ୍ରୀ ଯେପରିକି ପନିପରିବା , ପିଆଜ,ଆଳୁ ରାସନ,ଖାଉଟି ତେଲ, ଡାଲି, ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିବାର ସମ୍ଭାବନା ବହୁ କୁ ଏଡେଇ ଦିଆ ଯାଇନପାରେl ଏଣୁ ଆଗକୁ ଖାଉଟି ମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସରକାରୀ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେଇ କଳାବଜାରୀ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Leave A Reply

Your email address will not be published.