କୋଭିଡ୍ ପରିଚାଳନା ପାଇଁ ସିଏମ୍ସିକୁ ୧୦ କୋଟି

77

ଭୁବନେଶ୍ୱର : କୋଭିଡ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେଠାରେ ପରିଚାଳନାକୁ ପରିପୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ମହାନଗର ନିଗମକୁ ଏନେଇ ୧୦ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଙଋିରୁ ଏହି ଟଙ୍କା ସହ।ୟତ। ଆକାରରେ ପ୍ରଦାନ କର।ଯ।ଇଛି । ଗାମୀ ଦିନରେ ଯେପରି କଟକରେ କୋଭିଡ ମୁକାବିଲା ସଠିକ ଏବଂ ସମନ୍ୱୟ ଭାବେ କରାଯିବ,ବେଡ୍ଠାରୁ ଆରମ୍ଭ କରି କୋଭିଡ ପରିଚାଳନାର ସମସ୍ତ ମୌଳିକ ସୁବିଧା ରହିପାରିବ । ସେନେଇ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କଟକ ମହାନଗର ନିଗମକୁ ପ୍ରଦାନ କରାଯାଇଥିବା ୧୦ କୋଟି ଟଙ୍କା କୋଭିଡ୍ ପରିଚାଳନାରେ ଖର୍ଚ୍ଚ ହେବ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୦ କୋଟି ପ୍ରଦାନ କରିଥିଲେ । ସହରରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଏହାକୁ କିପରି ରୋକିହେବ, କିପରି କୋଭିଡ ପରିଚାଳନାରେ କୌଣସି ମଧ୍ୟ ସାମାନ୍ୟ ଅବହେଳା ନହେବ । ସେ ନେଇ ଗୁରୁତ୍ୱ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.