ବଙ୍ଗ ହିଂସା ନେଇ ମୋଦୀଙ୍କ ଉଦ୍ବେଗ

57

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚଳ ଫଳାଫଳ ଆସିବା ପରେ ହିଂସା ଜାରି ରହିଛି । ରାଜ୍ୟର ଅନେକ ସ୍ଥାନରେ ଭଙ୍ଗାରୁଜା କରିବା ସହ ହିଂସା ହେଉଥିବା ଦେଖିବାକୁ ମିଳିଛି । ତେବେ ଏନେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏ ସମ୍ପର୍କରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦିପ ଧନଖଡ଼ଙ୍କ ସହ କଥା ହୋଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ମଙ୍ଗଳବାର ଅପରାହ୍ନରେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ କଥା ହୋଇ ବଙ୍ଗଳା ହିଂସାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ୨ ତାରିଖ ରବିବାର ଦିନ ପଶ୍ଚିମବଙ୍ଗରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି ।

ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ଭଙ୍ଗାରୁଜା, ଅଗ୍ନିକାଣ୍ଡ, ଲୁଟ୍, ବଳାକ୍ରାର ଓ ହତ୍ୟା ଅଭିଯୋଗ ଆସିଛି । ବିଜେପି ଅଭିଯୋଗ କରିଛି ଯେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନନ୍ଦିଗ୍ରାମ, କୋଲକାତା, ଆସନସୋଲ ପ୍ରଭୃତି ସ୍ଥାନରେ ତାଙ୍କ ସମର୍ଥକଙ୍କ ଦୋକାନରେ ଲୁଟ କରାଯାଇଛି, ଘରେ ନିଆଁ ଲଗାଇ ଦିଆଯାଇଛି । କେବଳ ଏତିକି ନୁହେଁ ମହିଳା ସମର୍ଥଙ୍କ ସହ ଦୁଷ୍କର୍ମ ମଧ୍ୟ କରାଯାଇଛି । ଏହାବ୍ୟତୀତ କିଛି ବିଜେପି କର୍ମୀଙ୍କୁ ହତ୍ୟା ବି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ଟିଏମ୍ସି ମଧ୍ୟ ଅଭିଯୋଗ କରିଛି ଯେ ତାଙ୍କ ଦଳର କର୍ମୀମାନଙ୍କୁ ତ୍ରିନାଥ କଂଗ୍ରେସ ମଧ୍ୟ ଟାର୍ଗେଟ କରାଯାଇଛି ଏବଂ ସେମାନଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି । ତେବେ ପଶ୍ଚିବଙ୍ଗରେ ଚାଲିଥିବା ଏହି ହିଂସା ମଧ୍ୟରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖିବାକୁ ଦାବି କରିଛି । ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ଯେ ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ନ କରିବାକୁ ବିଜେପି ରାଜ୍ୟପାଳ ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି ।

ଗଲାଣି ୧୧ ଜୀବନ :

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି । ନିର୍ବାଚନ ବେଳେ ଯେମିତି ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା, ଏବେ ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ରବିବାର ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପୂରା ରାଜ୍ୟ ଅଶାନ୍ତ ହୋଇଉଠିଛି । ରାଜଧାନୀ କୋଲକାତାଠାରୁ ଆରମ୍ଭ କରି ଆସନସୋଲ ଓ ଦକ୍ଷିଣ ୨୪ ପ୍ରଗଣାରେ ସ୍ଥାନରେ ତାଙ୍କ ସମର୍ଥକଙ୍କ ଦୋକାନରେ ଲୁଟ କରାଯାଇଛି, ଘରେ ନିଆଁ ଲଗାଇ ଦିଆଯାଇଛି । କେବଳ ଏତିକି ନୁହେଁ ମହିଳା ସମର୍ଥଙ୍କ ସହ ଦୁଷ୍କର୍ମ ମଧ୍ୟ କରାଯାଇଛି ।

ଏହାବ୍ୟତୀତ କିଛି ବିଜେପି କର୍ମୀଙ୍କୁ ହତ୍ୟା ବି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ଟିଏମ୍ସି ମଧ୍ୟ ଅଭିଯୋଗ କରିଛି ଯେ ତାଙ୍କ ଦଳର କର୍ମୀମାନଙ୍କୁ ତ୍ରିନାଥ କଂଗ୍ରେସ ମଧ୍ୟ ଟାର୍ଗେଟ କରାଯାଇଛି ଏବଂ ସେମାନଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି । ତେବେ ପଶ୍ଚିବଙ୍ଗରେ ଚାଲିଥିବା ଏହି ହିଂସା ମଧ୍ୟରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖିବାକୁ ଦାବି କରିଛି । ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ଯେ ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ନ କରିବାକୁ ବିଜେପି ରାଜ୍ୟପାଳ ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି ।

Comments are closed.