ରାଜ୍ୟରେ ଗୋଟିଏ ଦିନରେ ୯୮୮୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୯୭୫୨

66

ଭୁବନେଶ୍ୱର :  ରାଜ୍ୟରେ ଗୋଟିଏ ଦିନରେ  ୯୮୮୯  ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୪୮୯୬୪୧  କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା ୪୧୦୨୨୭  ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ୭୭୨୫୭ ରହିଛି । ଆଜି ଚିହ୍ନଟ ହୋଇଥିବା ୯୮୮୯     ଜଣଙ୍କ ମଧ୍ୟରୁ   ୫୬୧୧   ଜଣ ସଂଗରୋଧରୁ ହୋଇଥିବା ବେଳେ ୪୨୭୮ ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା    ଜିଲ୍ଲାରେ ସବୁଠାରୁ ଅଧିକ   ୧୩୩୧ ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ  ୪୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୧ଜଣ, ବରଗଡ଼ରୁ ୪୮୩  ଜଣ, ଭଦ୍ରକରୁ ୫୨  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୩୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ  ଜିଲ୍ଲାରୁ ୧୨୯,  କଟକରୁ ୭୯୦ ଜଣ,  ଦେବଗଡ ଜିଲ୍ଲାରୁ ୭୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୦ ଜଣ, ଗଜପତି ଜିଲ୍ଲାରୁ ୧୧୭, ଗଞ୍ଜାମରୁ ୩୧୦  ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୫୬ ଜଣ, ଯାଜପୁରରୁ ୨୮୨ ଜଣ, ଝାରସୁଗୁଡ଼ାରୁ ୩୮୬ ଜଣ, କଳାହାଣ୍ଡିରୁ ୪୧୪ ଜଣ, କନ୍ଧମାଳ ଜିଲ୍ଲାରୁ ୫୨  ଜଣ.  କେନ୍ଦ୍ରାପଡ଼ାରୁ ୧୩୩ ଜଣ, କେନ୍ଦୁଝରରୁ ୧୯୫ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଖୋର୍ଦ୍ଧାରୁ ୧୩୩୧ ଜଣ, କୋରାପୁଟରୁ ୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୮୬  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୪୩ ଜଣ, ନବରଙ୍ଗପୁରରୁ ୪୧୪ ଜଣ, ନୟାଗଡ଼ରୁ ୨୨୩ ଜଣ, ନୂଆପଡ଼ାରୁ ୩୩୫ ଜଣ, ପୁରୀରୁ ୪୩୬ ଜଣ, ରାୟଗଡ଼ାରୁ ୧୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ସମ୍ବଲପୁରରୁ ୪୭୦ ଜଣ, ସୋନପୁରରୁ ୧୫୮ ଜଣ, ସୁନ୍ଦରଗଡ଼ରୁ ୧୧୩୭ଜଣ ଓ ଷ୍ଟେଟ୍ ପୁଲରୁ ୨୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.