ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ପରଲୋକ

65

ଭୁବନେଶ୍ୱର : କରୋନା ଲଢ଼େଇରେ ହାରି ଯାଇଛନ୍ତି ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥ । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସିଆରପିଏଫ୍ ଗ୍ରୁପ ସେଂଟରର ଡିଆଇଜି ଥିବା ସୁନୀଲ କୁମାର ପାର୍ଥ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ସେଠାରେ କ୍ରମଶଃ ସୁସ୍ଥ ହୋଇ ଆସୁଥିଲେ ମଧ୍ୟ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା । ଏହାପରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଂଚିବା ପରେ କୋଭିଡ ଗାଇଡଲାଇନ୍ ଅନୁଯାୟୀ, ଆଜି ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି । 

Comments are closed.