ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

70

ଭୁବନେଶ୍ୱର : ମୁମ୍ବାଇରେ ଥିବା ଓଡିଶା ଭବନକୁ ବ୍ୟବହାର କରୁଥିବା ନଭିମୁମ୍ବାଇ ମହାନଗର ନିଗମକୁ ଭଡା ଛାଡ୍ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇ ରେ ରୋଗୀ ଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ ।

ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି ଷୋହଳ ହଜାର ଟଙ୍କା ଥିବା ବେଳେ , ମହାମାରୀର ଏ ବିପଦ ସମୟରେ ମାନବିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ରକୁ ଜରୁରୀ ଭିତିରେ ଗତ ପନ୍ଦର ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।

Comments are closed.