କେନ୍ଦୁପତ୍ର ଫଡ଼ି ରେ ଶିଶୁ ଶ୍ରମିକ ନିୟୋଜିତ

0 64

ମ. ରାମପୁର:୮/୫(ଡିକେ ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ର କୁଟ୍ରୁପଲା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ମ.ରାମପୁର ବ୍ଲକ ଅନ୍ତର୍ଗତ କୁଟ୍ରୁପଲା ଗାଁ ରେ ଥିବା କେନ୍ଦୁପତ୍ର ଫଡ଼ି ଠାରେ ସ୍କୁଲ ରେ ପାଠ ପଢୁଥିବା ଛୋଟ ଛୋଟ ଶିଶୁ ଶ୍ରମିକ କାମ କରୁଥିବା ର ଏକ କରୁଣ ଦୃଶ୍ୟ ସାମ୍ନା କୁ ଆସିଚି। କରୋନା ମହାମାରି ସମୟରେ ରାଜ୍ୟ ସରକାର ସଚେତନ କରିବାପାଇଁ ସବୁ ଆଡେ ଲକ ଡାଉନ କରିଥିବା ବେଳେ ଓ ମାକ୍ସ ପିନ୍ଧିବା ପାଇଁ କହୁଥିବା ବେଳେ ଏଠି ଏହି ଛୋଟ ଛୋଟ ଶିଶୁ ଶ୍ରମିକ ମାନେ ବିନା ମାକ୍ସ ରେ ବାହାରେ କାମ କରୁଛନ୍ତି ତାହା ପୁଣି ସରକାରଙ୍କ କେନ୍ଦୁପତ୍ର ବିଭାଗ ରେ ଯାହାକି ବିଭାଗୀୟ ଅଧିକାରୀ ଟିକେ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରୁଛନ୍ତି। ଏହି ଅଞ୍ଚଲରେ ବିଭିନ୍ନ କେନ୍ଦୁପତ୍ର ଫଡ଼ି ଗୁଡିକରେ ଏମିତି ଅନେକ ଶିଶୁ ଶ୍ରମିକକୁ ନିୟୋଜିତ କରି କାମରେ ଲଗାଉଥିବା ର ଅଭିଯୋଗ ମଧ୍ୟ୍ୟ ହୋଇଛି। ଏଣୁ ଏହି ଅମାନବୀୟ କାର୍ଯ୍ୟ ରେ ଲିପ୍ତ ଥିବା ସମସ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗିୟ ମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀଙ୍କୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Leave A Reply

Your email address will not be published.