ଚିତାବାଘ ନୁହେଁ ଏହା ବଣ ବିଲେଇ ସୂଚନା ଦେଲେ ବନବିଭାଗ ଅଧିକାରୀ

115

ସାଲେପୁର : ସାଲେପୁର ବ୍ଲକ ଅନ୍ତର୍ଗତ ନାଦୋଳଗଡା ବଜାର ପାଖରେ ଏକ ଛୋଟ ଚିତାବାଘ ବୋଲି ଅନୁମାନ କରି ସ୍ଥାନୀୟ ଲୋକେ ଛାତ ଉପରେ ଚଢି ଦୂରରୁ ଦେଖି ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାଙ୍କୁ ସଚେତନ କରିବା ସହିତ ଗତକାଲି ରାତ୍ରିରୁ ପ୍ରାୟ ୩୦ ଉର୍ଦ୍ଧ୍ଵ କର୍ମଚାରୀ ପେଟ୍ରୋଲିଙ୍ଗ କରିବା ସହିତ ବିଭିନ୍ନ ସ୍ଥାନରେ ଯନ୍ତା ବସାଇଥିଲେ । ଆଜି ସକାଳୁ ସିଟି ଫରେଷ୍ଟ ସହକାରୀ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରି ଗଣମାଧ୍ୟମକୁ ପତିକ୍ରିୟାରେ କହିଲେ ଯେ ଏହା ବାଘ ନୁହେଁ ଏହା ବଣ ବିରାଡ଼ି । ବର୍ତ୍ତମାନ ସୁଦ୍ଧା ପେଟ୍ରୋଲିଙ୍ଗ ଜାରୀ ରହିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.