ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦,୬୩୫ ପଜିଟିଭ୍

A doctor wearing a protective gear takes a swab from a woman to test for coronavirus disease (COVID-19), in Dharavi, one of Asia's largest slums, in Mumbai, India, April 9, 2020. REUTERS/Francis Mascarenhas
0 81

ଭୁବନେଶ୍ବର ୦୯ ।୦୫ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୬୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୪୮୪୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୧୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୬୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୧ଜଣ, ବରଗଡ଼ ଜିଲ୍ଲାରୁ ୪୪୩ଜଣ, ଭଦ୍ରକ ଜିଲ୍ଲାରୁ ୧୦୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୮ଜଣ, ବୌଦ୍ଧ ଜିଲ୍ଲାରୁ ୧୭୯ଜଣ, କଟକ ଜିଲ୍ଲାରୁ ୮୮୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୩୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୬ଜଣ, ଗଜପତି ଜିଲ୍ଲାରୁ ୧୦୧ଜଣ, ଗଞ୍ଜାମ ଜିଲ୍ଲାରୁ ୨୬୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ଜଣ, ଯାଜପୁର ଜିଲ୍ଲାରୁ ୨୯୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୬୯ଜଣ, କନ୍ଧମାଳ ଜିଲ୍ଲାରୁ ୭୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୯୪ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୭୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୬ଜଣ, ନୟାଗଡ଼ ଜିଲ୍ଲାରୁ ୨୫୩ଜଣ, ନୂଆପଡ଼ା ଜିଲ୍ଲାରୁ ୩୨୪ଜଣ, ପୁରୀ ଜିଲ୍ଲାରୁ ୪୩୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୮ଜଣ, ସମ୍ବଲପୁର ଜିଲ୍ଲରୁ ୬୪୧ଜଣ, ସୋନପୁର ଜିଲ୍ଲରୁ ୧୪୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୪୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୭୩ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୪୮୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୩୨୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩୯୩୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୫୧୭୮୩୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.