ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଟିକା ପାଇଁ ଗ୍ଲୋବାଲ ଟେଣ୍ଡର

68

-କ୍ୟାବିନେଟ୍ରେ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା

-ସଭିଙ୍କୁ ଟିକା ପ୍ରଦାନ ନେଇ ସଂକଳ୍ପ ପାରିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ ଆମର କୋଭିଡ଼ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି,ସେଥିାଇଁ ରାଜ୍ୟ କ୍ୟାବିନେଟ୍ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରାକିଂ ଏବଂ ଟିକାକରଣ ଇତ୍ୟାଦିରେ ଓଡ଼ିଶାବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ବୋଲି କୁହାଯାଇଛି । ଭବିଷ୍ୟତ କୋଭିଡ଼ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଇସ୍ରାଏଲ ପରି ଦେଶ ଯେଉଁମାନେ କି ତାଙ୍କ ଜନସଂଖ୍ୟାର ବୃହତ୍ତର ଭାଗର ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ୱାଭାବିକତା ଆଡ଼କୁ ଫେରୁଛନ୍ତି । ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି । ବିଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତେ୍ୱ କୋଭିଡ଼ ଯୁଦ୍ଧରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନେ ଯେଉଁମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଯାଇଛି । ଟିକା ନେଇଥିବା ବ୍ୟକ୍ତିମାନଙ୍କର ସଂକ୍ରମଣ ହେଲେ ବି ତାହା ବହୁତ କମ୍ ଲକ୍ଷଣଯୁକ୍ତ ହେଉଥିବା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କୁହାଯାଇଛି । ଏହି ଉଦ୍ଦେଶ୍ୟରେ ଓଡ଼ିଶାବାସୀ ଯେପରି ସୁବିଧାରେ ଟିକା ପାଇପାରିବେ ସେଥି ।ଇଁ ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିାଇଁ ଏକ ଗୋବାଲ୍ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି କରିଛନ୍ତି ।

ସେହିପରି ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇରେ ରାଜ୍ୟମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ଏହା ଶକ୍ତି ଯୋଗାଇବ । ଏହି ଅସରରେ ରାଜ୍ୟ କ୍ୟାବିନେଟ୍ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା, ବାରମ୍ବାର ସାବୁନ୍ରେ ଭଲ ଭାବେ ହାତ ଧୋଇବା, ସାମାଜିକ ଦୂରତା ରଷା କରିବା, ଘରେ ରହିବା ଏବଂ ଆବଶ୍ୟକତା ନଥିଲେ ବାହାରକୁ ନଯିବା ଆଦିକୁ କଡ଼ାକଡ଼ି ଭାବରେ ପାଳନ କରିବା ସହ କୋଭିଡ ଯୋଦ୍ଧାଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ।

Comments are closed.