ଜୈବ ବୋମାରେ ଲଢ଼ିଥାନ୍ତା ତୃତୀୟ ବିଶ୍ୱଯୁଦ୍ଧ : କରୋନା ଚୀନ୍ ର ଜୈବିକ ଅସ୍ତ୍ର

56

ବେଜିଂ : କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ଚାଇନା ବିଭିନ୍ନ ଦେଶର ଟାର୍ଗେଟରେ ଥିବା ବେଳେ ଏବେ ଆଉ ଏକ ବିବାଦରେ ଫସିଛି । ଅଷ୍ଟ୍ରେଲିଆ ମିଡିଆରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଏବେ ଅନ୍ତର୍ଜାତୀୟ ମିଡିଆରେ ଚାଲ୍ବାଜ୍ ଚାଇନା ବିଷୋଦ୍ଗାରର ଶିକାର ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ଚାଇନା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କରୋନା ଭାଇରସ୍କୁ ଜୈବିକ ଅସ୍ତ୍ର କରିଛି । ଆଉ ଚାଇନାର ନରରୂପୀ ରାକ୍ଷସ ବୈଜ୍ଞାନିକ ଏଥିପାଇଁ ୨୦୧୫ରୁ ପ୍ରସ୍ତୁତି ଚଳାଉଥିଲେ । ଯଦିଓ କରୋନା ଭାଇରସକୁ ନେଇ ବିଭିନ୍ନ ଦେଶ ଚାଇନା ସହିତ ସମ୍ପର୍କ ଖରାପ କରିସାରିଲେଣି । ହେଲେ ଚାଲବାଜ ଚାଇନା କରୋନାକୁ ସେ ତିଆରି କରିନାହିଁ ବୋଲି କହୁଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଏକ ଲ୍ୟାବରେ କରୋନା ଭାଇରସ୍ ବିକଶିତ ହୋଇଥିବା ଦାବି କରାଯାଉଥିବା ବେଳେ ଏକ ଦସ୍ତାବିଜ୍ ପ୍ରକାଶିତ ହୋଇଛି ଯାହା ସାରା ବିଶ୍ୱକୁ ଚକିତ କରିଛି । ଚାଇନାର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଏହି ଡକ୍ୟୁମେଣ୍ଟ ବା ଦସ୍ତାବିଜ୍ ଅନୁଯାୟୀ ୨୦୧୫ରେ କରୋନା ଭାଇରସକୁ ଏକ ଜୈବିକ ଅସ୍ତ୍ର ଭାବରେ ଚାଇନା ତିଆରି କରିଥିଲା । ଏଥିରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ୨୦୧୫ରେ କରୋନାକୁ ଅସ୍ତ୍ର ଭାବରେ ବ୍ୟବହାର ଉପରେ ଆଲୋଚନା କରିଥିଲେ । ରିପୋର୍ଟ ଅନୁଯାୟୀ ସାର୍ସ-କୋଭିଡ୍-୨ ନାମକ ଭାଇରସରୁ ଆସିଥିବା କରୋନା ନୂଆ ଯୁଗର ଜେନେଟିକ୍ ଅସ୍ତ୍ର ବା ଜୈବିକ ଅସ୍ତ୍ର କରିବାକୁ ଚାଇନା ବୈଜ୍ଞାନିକ ଆଲୋଚନା କରିଥିଲେ । ଯାହାକୁ କୃତ୍ରିମ ଭାବରେ ମଣିଷଙ୍କ ପାଇଁ ଏକ ମାରାତ୍ମକ ରୋଗରେ ପରିଣତ କରିହେବ । ସାର୍ସ ଅପ୍ରାକୃତିକ ଉତ୍ପତ୍ତି ଏବଂ ମଣିଷ ଦ୍ୱାରା ତିଆରି ଭାଇରସ୍’ ନାମକ ବାୟୋ ଉଇପନ (ଜୈବିକ ଅସ୍ତ୍ର) ବୋଲି ରିପୋର୍ଟରେ ଏହା କୁହାଯାଇଛି । ଏହି ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ହେବ ।

ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଏହି ତଥ୍ୟରୁ ଜଣାପଡିଛି ଯେ ଚାଇନାର ବୈଜ୍ଞାନିକମାନେ କରୋନାକୁ ଏକ ଜୈବିକ ଅସ୍ତ୍ର ଭାବରେ ତିଆରି କରିଛନ୍ତି । ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ଏଏସ୍ିଏଲ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଟର ଜେନିଙ୍ଗସ ମିଡିଆକୁ କହିଛନ୍ତି ଯେ ଏହି ରିପୋର୍ଟ ଏକ ପ୍ରମୁଖ ଉତ୍ସ ହୋଇପାରେ ଯାହା ଦୀର୍ଘଦିନରୁ ସନ୍ଦେହ କରାଯାଉଥିଲା । ଯେହେତୁ ଜେନିଙ୍ଗସ କହିଛନ୍ତି ଏହା ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ, ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଚାଇନାର ବୈଜ୍ଞାନିକମାନେ ସାମରିକ ଅସ୍ତ୍ର ଭାବରେ କରୋନାକୁ ତିଆରି କରି ସାରା ବିଶ୍ୱରେ ଏହାକୁ ବିସ୍ତାର କରିଛି ।

ସୂଚନାଯୋଗ୍ୟ, କରୋନା ଭାଇସର ପ୍ରଥମେ ୨୦୧୯ ଡିସେମ୍ବର ଶେଷ ସପ୍ତାହରେ ଚାଇନାର ଉହାନ୍ ସହରରେ ଥିବା ଏକ ଜୈବିକ ପରୀକ୍ଷାଗାର ନିକଟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଚାଇନା ଏ ବାବଦରେ ସାରା ବିଶ୍ୱକୁ ବହୁ ବିଳମ୍ବରେ ସୂଚନା ଦେଇଥିଲା । ଏବେ ଏହି ଭାଇରସ ୧୫୦ରୁ ଅଧିକ ଦେଶକୁ ବିସ୍ତାର କରି ସାରିଛି । କୋଟି କୋଟି ଲୋକ ସାରା ବିଶ୍ୱରେ ଏହି ଭାଇରସର ଶିକାର ହୋଇ ଆଖି ବୁଜିଛନ୍ତି । ଆମେରିକା, ଭାରତ, ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଅନେକ ଦେଶ କରୋନା ଲଢ଼େଇରେ କିରି ବିଜୟୀ ହେବେ ସେ ନେଇ ବର୍ଷେରୁ ଅଧିକ ଦିନ ହେବ ଦିନରାତି ଲଢ଼େଇ କରୁଛନ୍ତି । ସମସ୍ତେ ଏହି ଭାଇରସରୁ ବର୍ତ୍ତିବା ପାଇଁ ପ୍ରାଥମିକ ଭାବରେ ମାସ୍କ ଓ ସାମାଜିକ ଦୂରତାକୁ ଅବଲମ୍ବନ କରୁଛନ୍ତି । ହେଲେ ଚାଇନାରେ କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇଯାଇଛି । ଆଉ ସମସ୍ତେ ବିଭିନ୍ନ ପାର୍ଟି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏକାଠି ହୋଇ ଯୋଗ ଦେଉଥିବା ନଜିର ରହିଛି ।

Comments are closed.