୫ ଦିନ ଯାଏ କାଳବୈଶାଖୀ ସମ୍ଭାବନା

68

ଭୁବନେଶ୍ୱର : ୧୩ରେ ଦକ୍ଷିଣ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ପରେ ଏହା ଅବପାତରେ ପରିଣତ ହେବ ବୋଲି ଆଶଙ୍କା ରହିଛି । ଏନେଇ ଅନୁମାନ କରିଛନ୍ତି କୃଷି ପାଣିାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁାଳକ । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍ ତାପମାତ୍ରା ରହିବ ।

୧୩ ତାରିଖରେ ଦକ୍ଷିଣ ଆରବସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପ ରୂ ନେବ । ଯାହାପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଭାରତକୁ ନ ଆସି ଆଫ୍ରିକା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ଏହାଦ୍ୱାରା ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ଓଡ଼ିଶାକୁ ବଙ୍ଗୋପସାଗରୀୟ ପବନ ବୋହିବ । ଏହାର ପ୍ରଭାବ ଆସନ୍ତା ୨୦ ପର୍ଯ୍ୟନ୍ତ ରହିବ । ଉପକୂଳ ଓଡ଼ିଶାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି ।

ସେହିପରି ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୨ ମଧ୍ୟରେ କାଳବୈଶାଖୀର ସମ୍ଭାବନା ଅଧିକ । ବର୍ଷା ନହେଲେ ମଧ୍ୟ ପାଗ ଆଂଶିକ ମେଘୁଆ ଯୋଗୁଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨ ତାରିଖ ପରେ ତାପମାତ୍ରା ବଢ଼ି ।ରେ । ତଥାପି ଏହା ସ୍ୱାଭାବିକ୍ଠୁ କମ୍ ରହିବ । ବାୟୁର ଆର୍ଦ୍ରତା ଅଧିକ ରହିବାରୁ ଖରା ଟାଣ ଅନୁଭୂତ ହେବ ବୋଲି ପ୍ରଫେସର ପଶୁାଳକ ଆକଳନ କରିଛନ୍ତି । ଅନୁରୂଭାବେ ସୋଆ ଜଳବାୟୁ ଓ ପାଣିାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ୧୨ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ୧୩ରୁ କାଳବୈଶାଖୀ ପ୍ରଭାବ କମିବା ସହିତ ରାଜ୍ୟରେ ପୁଣି ତାତି ବଢ଼ିବ ।

Comments are closed.