ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୧୮ ଜଣଙ୍କର ମୃତ୍ୟୁ

65

ଭୁବନେଶ୍ୱର : ରାଜ୍ୟରେ  ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୧୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୧୫ ହୋଇ ଯାଇଛି ।  ଗତକାଲି କରୋନାରେ ରାଜ୍ୟରେ  ୧୭ ଜଣଙ୍କ ଜୀବନ  ଯାଇଥିଲା । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁୁଗୁଳ ଜିଲ୍ଲାରୁ ୪ ଜଣ, ଖୋର୍ଧା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡରୁ ୨-୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ବୌଦ୍ଧ, ଦେବଗଡ, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଅନୁଗୁଳ ଜିଲ୍ଲାର ଜଣେ  ୮୩ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ସେହିପରି ଏହି ଜିଲ୍ଲାର ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୬୦  ବର୍ଷୀୟ ପୁରୁଷ ତଥା  ଅନ୍ୟ ଜଣେ ୪୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି । ଭୁବନେଶ୍ୱରର ଜଣେ ୭୭ ବର୍ଷୀୟ ପୁରୁଷ କରୋନା  ଆକ୍ରାନ୍ତ, ଜଣେ ୮୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା  ବେଳେ ଖୋର୍ଧା ଜିଲ୍ଲାର ଜଣେ  ୨୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜଣେ ୩୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ତଥା ଜଣେ ୨୯  ବର୍ଷୀୟ ଅନ୍ୟ ଜଣେ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପ କ୍ଷରୁ ସୂଚନା ଦିଆ ଯାଇଛି । ମାଲକାନଗିରି ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ.    ବୌଦ୍ଧ ଜିଲ୍ଲାର ଜଣେ ୪୫ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ, ଦେବଗଡ ଜିଲ୍ଲାର ଜଣେ  ୪୫ ବର୍ଷୀୟ ପୁରୁଷ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି । ପୁରୀ ଜିଲ୍ଲାର ଜଣେ ୫୨  ବର୍ଷୀୟ ପୁରୁଷ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି ।. ରାୟଗଡା ଜିଲ୍ଲାର ଜଣେ ୭୭ ବର୍ଷର୍ୀୟ  ପୁରୁଷ କରୋନା ସଂକ୍ରମିତ  ଓ ଜଣେ ୪୫ ବର୍ଷୀୟ  ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି ।  ସୁନ୍ଦରଗଡର ଜଣେ ୫୩ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ତଥା ଜଣେ ୫୫ ବର୍ଷୀୟ ମହିଳା   କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । 

Comments are closed.