୧୬ ଜିଲ୍ଲାରେ ହେବ ଆର୍ଟିପିସିଆର୍ ଲ୍ୟାବ୍ : ୨୦କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

66

-ପ୍ରତି ପରୀକ୍ଷାଗାର ପାଇଁ ୧.୨୦ କୋଟି
-ସିଫ୍ଟ ପିଛା ନିଯୁକ୍ତ ହେବେ ୪ କର୍ମଚାରୀ

ଭୁବନେଶ୍ୱରେ :କୋଭିଡର ଦ୍ୱିତୀୟ ପ୍ରବାହ ସହ ରାଜ୍ୟର ଲଢ଼େଇ ଜାରି ରହିଛି । ପ୍ରାୟ ୬ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । କୋଭିଡ୍ ଟେଷ୍ଟିଂ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ପରୀକ୍ଷାଗାର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟର ୧୬ ଜିଲ୍ଲା ଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି,ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ଟେଷ୍ଟିଂ ସେଣ୍ଟରଗୁଡ଼ିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋବାଓଲୋଜିଷ୍ଟ ଓ ତିନିଜଣ ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ନିୟୋଜିତ କରାଯିବ । କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ଜଣାପଡ଼ିଛି ।

Comments are closed.