ରାଜ୍ୟରେ ଗୋଟିଏ ଦିନରେ ୧୦୯୮୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୫୬୪୮

68

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ  ୧୦୯୮୨ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୫୬୫୬୪୮    କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା ୪୬୫୧୩୩   ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ୯୮୨୩୦ ରହିଛି । ଆଜି ଚିହ୍ନଟ ହୋଇଥିବା ୧୦୯୮୨  ଜଣଙ୍କ ମଧ୍ୟରୁ   ୬୧୪୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୮୩୩ ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା  ଜିଲ୍ଲାରେ ସବୁଠାରୁ ଅଧିକ ୧୫୩୯  ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ  ୫୩୯  ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୩  ଜଣ, ବରଗଡ଼ରୁ ୪୩୧ ଜଣ, ଭଦ୍ରକରୁ ୨୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୪୨୬  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ  ଜିଲ୍ଲାରୁ ୧୮୦,  କଟକରୁ ୮୮୫ ଜଣ,  ଦେବଗଡ ଜିଲ୍ଲାରୁ ୧୨୭  ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮୯ ଜଣ, ଗଜପତି ଜିଲ୍ଲାରୁ ୧୧୧, ଗଞ୍ଜାମରୁ ୧୭୭  ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୩୨  ଜଣ, ଯାଜପୁରରୁ ୩୪୯ ଜଣ, ଝାରସୁଗୁଡ଼ାରୁ ୩୮୦ ଜଣ, କଳାହାଣ୍ଡିରୁ ୩୭୦ଜଣ, କନ୍ଧମାଳ ଜିଲ୍ଲାରୁ ୧୩୪  ଜଣ.  କେନ୍ଦ୍ରାପଡ଼ାରୁ ୧୪୧ ଜଣ, କେନ୍ଦୁଝରରୁ ୨୫୩  ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଖୋର୍ଦ୍ଧାରୁ ୧୫୩୯ ଜଣ, କୋରାପୁଟରୁ ୧୯୫ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୩୯ ଜଣ, ନବରଙ୍ଗପୁରରୁ ୩୩୫ ଜଣ, ନୟାଗଡ଼ରୁ ୧୯୨ ଜଣ, ନୂଆପଡ଼ାରୁ ୩୭୮ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୨୧୨  ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ସମ୍ବଲପୁରରୁ ୪୫୪ ଜଣ, ସୋନପୁରରୁ ୨୧୫ ଜଣ, ସୁନ୍ଦରଗଡ଼ରୁ ୯୬୪ ଜଣ ଓ ଷ୍ଟେଟ୍ ପୁଲରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.