ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୨୨ଲକ୍ଷ :ତୁରନ୍ତ ମିଳୁ ୨୫ ଲକ୍ଷ କରୋନା ଟିକା

70

ଭୁବନେଶ୍ୱର : ୨୫ ଲକ୍ଷ କରୋନା ଟିକା ତୁରନ୍ତ ଯୋଗାଇ ଦିଆଯାଉ । କେନ୍ଦ୍ରଠାରେ ଆଜି ଓଡ଼ିଶାର ଏପରି ଦାବି ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଦାବି ରଖିଛନ୍ତି । ଶ୍ରୀ ଦାସ କହିଛନ୍ତି ଏବେ ରାଜ୍ୟରେ ୨୨ ଲକ୍ଷ ଲୋକ ୨ୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ସେଥିାଇଁ ଓଡ଼ିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ । ଓଡ଼ିଶାରେ ଅକ୍ସିଜେନ ପର୍ଯ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ ରହିଛି । ତେଣୁ ୩୦ ହଜାର ସିଲିଣ୍ଡର ଯୋଗାଇ ଦିଆଯାଉ । ରାପିଡ୍ ଆଣ୍ଟିଜେନ୍ କିଟ୍, ପିପିଇ କିଟ୍ ଓ ମାସ୍କ ମଧ୍ୟ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି ।

ମହାମାରୀ କରୋନା ଘାଇଲା କରିଛି ସମଗ୍ର ଦେଶକୁ । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଲକ୍ଷାଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗୁରୁତର ଅସୁସ୍ଥ ହେଉଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଦରକାର ହେଉଛି । ହେଲେ ଅଧିକାଂଶ ମେଡିକାଲ୍ରେ ଅକ୍ସିଜେନ୍ର ଘୋର ଅଭାବ ରହିଛି । ଯେଉଁଥିାଇଁ ପ୍ରତିଦିନ ମେଡିକାଲରେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି ।

ଛାନିଆ ହେଲେ କରୋନା ବଢ଼ିବ :

ବର୍ତ୍ତମାନ କୋଭିଡ ସମୟରେ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହୁଛି । ଆଗରୁ ମାନସିକ ରୋଗ ଥିଲେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସବୁବେଳେ ନିଜକୁ ନିୟୋଜିତ କରି ରଖିବାକୁ ଚେଷ୍ଟା କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । କୋଭିଡ ସଂପର୍କିତ ସୂଚନାମୂଳକ କାର୍ଯ୍ୟକ୍ରମରେ ମାନସିକ ରୋଗ ବିଶେଷଜ୍ଞ ସରଦା ସ୍ୱାଇଁ କହିଛନ୍ତି ଯେ, ଘରୋଇ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ କୋଭିଡ ଔଷଧ ସହ ମାନସିକ ରୋଗର ଔଷଧ ଖାଇପାରିବେ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବେ ।

ସବୁ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ଯାନ ଯୋଗାଯାଇଛି । ସାକ୍ଷାତ ଓ ଭିଡିଓ କଲରେ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଭ୍ରାମ୍ୟମାଣ ଯାନ ମାନସିକ ରୋଗୀଙ୍କ ନିକଟରେ ଔଷଧ ପହଞ୍ଚାଇବାର ବ୍ୟବସ୍ଥା ରହିଛି । କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇପାରେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ କରୋନା ଅଧିକ ଆକ୍ରାମକ ହୁଏ । ତେଣୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ । ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ପାଦରେ ଚାଲନ୍ତୁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Comments are closed.