ସଞ୍ଜୟ ସିଂ ହେଲେ ବିଏମ୍ସି କମିଶନର

69

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଛି । ଏବେ ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି ସଞ୍ଜୟ ସିଂ । ପ୍ରେମଚନ୍ଦ୍ର ଚେଧୁରୀ ପୂର୍ବରୁ ବିଏମ୍ସି କମିଶନର ତଥା ଭୁବନେଶ୍ୱର ଡେଭଲପ୍ମେଣ୍ଟ ଅଥୋରିଟି (ବିଡିଏ)ର ଭାଇସ୍ ଚେୟାରମ୍ୟାନ୍ (ଅତିରିକ୍ତ) ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲି.ର ସିଇଓ ଦାୟିତ୍ୱରେ ଥିଲେ । ହେଲେ ଏବେ ତାଙ୍କୁ ସାଧାରଣ ପ୍ରଶାସନର ସ୍ୱତନ୍ତ୍ର ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସଞ୍ଜୟ କୁମାର ସିଂ ନୂଆ ବିଏମ୍ସି କମିଶନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସ୍ମାର୍ଟସିଟିର ସିଇଓ ଦାୟିତ୍ୱ ମଧ୍ୟ ସଞ୍ଜୟ ନେବେ । ବିଷ୍ଣୁ ଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ଦାୟିତ୍ୱ ମିଳିଛି । ବିଷ୍ଣୁ ଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଷ୍ଣୁଦ ସେଠୀ । କ୍ରିଷନ୍ କୁମାରଙ୍କୁ ଇଡ୍କୋର ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରିଷନ୍ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି କ୍ରିଷନ କୁମାର । ପିକେଡିଏର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି କ୍ରିଷନ୍ କୁମାର । ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗର ସଚିବ ଅଛନ୍ତି । ଇପିକଲ୍ର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି ହେମନ୍ତ ଶର୍ମା ।

Comments are closed.