ନିର୍ମାଣଧିନ ଫର୍ମହାଉସରୁ ମହିିଳାଙ୍କ ମୃତ ଦେହକୁ ନେଇ ପୋଲିସର ତନାଘନା

0 66

ପାରଳାଖେମୁଣ୍ଡି, ୧୩ା୫ : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନରହରିପୁର ଗ୍ରାମର ନିର୍ମାଣଧିନ ଫର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହକୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରୁଛନ୍ତି । ସାଇଣ୍ଟିଫିକ ଟିମ୍କୁ ଏହାର ତଦନ୍ତ ପାଇଁ ଖବର ଦିଆଯାଇଛି । ସାଇଣ୍ଟିଫିକ୍ ଟିମ ଏଥି ନେଇ ତଦନ୍ତ କରିବା ପରେ ସବିଶେଷ ରିପୋର୍ଟ ପ୍ରଦାନ କଲେ ସମସ୍ତ ରହସ୍ୟ ଉଦ୍ଘାଟିତ ହୋଇପାରିବ ବୋଲି କୁହାଯାଇଛି । ଘଟଣାରୁ ପ୍ରକାଶ ଗତକାଲି ବୁଧବାର ବିଳମ୍ବିତ ରାତିରେ ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫର୍ମହାଉସ ଠାରେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମର ଅମ୍ବିକା ଶବର ନାମକ ଜଣେ ମହିଳାଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିବା ସୂଚନା ପାଇ ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ତନାଘନା ଆରମ୍ଭ କରିଛି । ଗଜପତି ଏଏସ୍ପି ବାମଦେବ ସିଂ, ଏସ୍ଡିପିଓ ଆର୍.କେ. ଦାସ, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଆଜି ସକାଳ ୭ଘଣ୍ଟା ବେଳେ ଘଟଣା ସ୍ଥଳରେ ପହଞ୍ôଚ ସବୁ କିଛି ଅନୁଧ୍ୟାନ କରିବା ସହ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍କୁ ଖବର ଦେଇଥିଲେ । ଆଜି ଅପରାହ୍ନ ସୁଦ୍ଧା ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ସମସ୍ତ ତଦନ୍ତ କରିବେ ବୋଲି ଜଣାଯାଇଛି । ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ନେଇ ସମସ୍ତ ରହସ୍ୟ ଉଦ୍ଘାଟିତ ହୋଇପାରିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.