ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍

0 58

ଭୁବନେଶ୍ୱର ୧୪।୦୫ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୩୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୪୫୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪୦ଜଣ, ବରଗଡ଼ ଜିଲ୍ଲାରୁ ୫୦୭ଜଣ, ଭଦ୍ରକ ଜିଲ୍ଲାରୁ ୪୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୬୧ଜଣ, ବୌଦ୍ଧ ଜିଲ୍ଲାରୁ ୨୨୮ଜଣ, କଟକ ଜିଲ୍ଲାରୁ ୭୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୪ଜଣ, ଗଜପତି ଜିଲ୍ଲାରୁ ୧୧୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୮୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫୯ଜଣ, ଯାଜପୁର ଜିଲ୍ଲାରୁ ୪୩୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧୦ଜଣ, କନ୍ଧମାଳ ଜିଲ୍ଲାରୁ ୧୦୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୭ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨୦୧ଜଣ, କୋରାପୁଟ ଜିଲ୍ଲାରୁ ୨୪୬ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୮୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ନୟାଗଡ଼ ଜିଲ୍ଲାରୁ ୩୦୧ଜଣ, ନୂଆପଡ଼ା ଜିଲ୍ଲାରୁ ୨୦୪ଜଣ, ପୁରୀ ଜିଲ୍ଲାରୁ ୪୬୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୭ଜଣ, ସମ୍ବଲପୁର ଜିଲ୍ଲାରୁ ୬୭୭ଜଣ, ସୋନପୁର ଜିଲ୍ଲାରୁ ୧୭୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୮୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫୨ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୮୮୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୦୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୮୨୩୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୭୬୯୩୧୨ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.