ଦିନରେ କରୋନା ଆତଙ୍କ, ରାତିରେ ବଣୁଆହାତୀର ଭୟ

0 64

ପାରଳାଖେମୁଣ୍ଡି,୧୫ା୫ : ଗଜପତି ଜିଲ୍ଲା କାଶୀନଗର ସହରବାସୀ ଓ କାଶୀନଗର ବ୍ଲକବାସୀଙ୍କ ପାଇଁ ଦିନରେ କରୋନା ଆତଙ୍କ ଓ ରାତିରେ ବଣୁଆହାତୀର ଭୟ ମଧ୍ୟରେ କାଳାତିପାତ କରୁଥିବାର ଜଣାଇଛନ୍ତି । ବର୍ତ୍ତମାନ ସମଗ୍ର ଦେଶ, ରାଜ୍ୟ ଓ ଜିଲ୍ଲାରେ କରୋନା କଟକଣା ଯୋଗୁଁ ଲକ୍ଡାଉନ୍ ଓ ସଟ୍ଡାଉନ ପରିସ୍ଥିତିରେ ଲୋକେ ଦିନରେ ଘରୁ ବାହାରକୁ ବାହାରିବାପାଇଁ ଭୟ କରୁଛନ୍ତି । ସେପଟେ ରାତିରେ ହାତୀ ଭୟ ଯୋଗୁଁ କାଶୀନଗର ସହର ସମେତ ଅଞ୍ଚଳବାସୀଙ୍କ ନିଦ ହଜିଯାଇଛି । ଘଟଣାରୁ ପ୍ରକାଶ ଯେ, କାଶୀନଗର ସହର ତଥା କାଶୀନଗର ଅଞ୍ଚଳରେ ପ୍ରବାହିତ ବଂଶଧାରାନଦୀର ଅପରପାଶ୍ୱର୍ ଆନ୍ଧ୍ରରେ ରହିଛି । ଆନ୍ଧ୍ରର ଏହି ଗ୍ରାମ ଗୁଡିକ ହେଲା ତାଲଡା, ତାମରଡା, ସସଲି, ଶିରିଡା, ଆଦି ଗ୍ରାମା ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀପଲ ଉପସ୍ଥିତ ରହି ଆମ୍ବ, ପରିବା ଚାଷ ଜମି, ଆଖୁବଡା, ଆଦିରେ ଆଶ୍ରୟ ନେଉଥିବା ବେଳେ ଗାଧୋଇବା ବା ପାଣି ପିଇବା ପାଇଁ ଏହି ହାତୀପଲ କାଶୀନଗର ସହରର ବଂଶଧାରା ନଦୀର ମଧ୍ୟଭାଗକୁ ଆସୁଛନ୍ତି । ଫଳରେ କାଶୀନଗରବାସୀଙ୍କ ସମସେତ କାଶୀନଗର ଆଖପାଖ ଗ୍ରାମବାସୀମାନେ ବଣୁଆହାତୀ ଗ୍ରାମ ଗୁଡିକରେ ପଶିଯିବା ଭୟରେ ଆତଙ୍କିତ ହୋଇ ରହୁଛନ୍ତି । ଏନେଇ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.