ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ

0 71

ପାରଳାଖେମୁଣ୍ଡି, ୧୫ା୫ : ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକାରୀ ପ୍ରଦୀପ ପାଣିଗ୍ରାହୀଙ୍କ ଆଦେଶକ୍ରମେ ଆର୍.ଉଦୟଗିରି ଅବକାରୀ ବିଭାଗ ଅଧିକାରୀ ବିର୍ଜା ଦାମି ଓ କ୍ରମଚାରୀ ମିଳିତ ଭାବେ ମୋହନା ଅଞ୍ଚଳରେ ଚଢାଉ କରି ମାଣିକପୁର ଛକ ଠାରେ ବିଦେଶୀ ମଦ ୧୬ ଲିଟର ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଚଢାଉ କରିଥିଲେ । ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ସୁରିୟା ନାରାୟଣ ପଣ୍ଡାଙ୍କୁ ଗିରଫ କରିଛି । ସେହିପରି ଚନ୍ଦ୍ରଗିରି ବଜାର ଛକ ଠାରେ ୫ ଲିଟର ସରକାରୀ ଦେଶୀମଦ ଧରି ଚନ୍ଦ୍ରଗିରି ଗ୍ରାମର ବଚା ସନ୍ତୋଷ ଦୋରାଙ୍କୁ ଗିରଫ କରିଛି । ସେହିପରି ଚନ୍ଦ୍ରଗିରି ଫାଣ୍ଡି ନିକଟ ଜଗନ୍ନାଥପୁର ନାଳ ନିକଟରେ ରନ୍ଧା ଯାଇ ରଖାଯାଇଥିବା ଦେଶୀ ମଦ ୫ ଲିଟର ଅବକାରୀ ବିଭାଗ ଜବତ କରିଛି । ଲକଡାଉନ ସମୟରେ ଚୋରା କାରବାର ମଦ ବ୍ୟବସାୟୀଙ୍କୁ ଧରିବା ପାଇଁ ରାତି ଦିନ ଏକ କରିଛନ୍ତି ଅବକାରୀ ବିଭାଗ । କିଛି ଲୋକଙ୍କ ମନରେ ଭୟ ଖେଳିôତବା ବେଳେ ।ଉ କିଛି ଲୋକେ ଚୋରା କାରବାରରେ ଲିପ୍ତ ରହିଛନ୍ତି ।ଷ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.