ନିର୍ମାଣଧିନ ବିଦେଶୀ ମଦ ଦୋକାନକୁ ଗ୍ରାମ ବାସୀଙ୍କ ବିରୋଧ

0 57

ଚନ୍ଦାହାଣ୍ଡି ୧୫/୫(ଡ଼ିକେ ନ୍ୟୁଜ):-ନିର୍ମାଣଧିନ ବିଦେଶୀ ମଦ ଦୋକାନକୁ ନେଇ ତାତିଲେ ସ୍ଥାନୀୟ ଶତାଧିକ ମହିଳା ଏବଂ ଯୁବଗୋଷ୍ଠୀ  । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ତାଳିଆମ୍ବା ଠାରେ । ଏହି ନିର୍ମାଣଧିନ ବିଦେଶୀ ମଦ ଦୋକାନ ଟି ତାଳିଆମ୍ବା ବସ୍ତିକୁ ଲାଗି ରହିଥିବା ବେଳେ ଗାଁ ପାଖରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ମନ୍ଦିର, ଚାଷ ଜମି, ପୋଖରୀ, ସାପ୍ତାହିକ ହାଟ  ମଧ୍ୟ ରହିଛି  ।  ସେହି ରାସ୍ତା ରେ  ପୋଖରୀକୁ ଗାଧେଇବା ପାଇଁ ଏବଂ ଚାଷୀ ମାନେ ଚାଷ କରିବା ପାଇଁ ଯାଉଥିବା ବେଳେ ଗ୍ରାମବାସୀ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି  । ଯଦି ମଦ ଦୋକାନ ଟି ହେଲେ ମଦୁଆଙ୍କ ପ୍ରାଦୁର୍ଭାବ ବଢିବା ସହିତ ଅସାମାଜିକ କାର୍ଯ୍ୟ ନିଶ୍ଚିତ ଭାବେ ବଢିବ ।ଏନେଇ ଗତ ଦଶ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ଙ୍କୁ ଲିଖିତ ଜଣାଇଥିଲେ କିନ୍ତୁ  ମଦ ଦୋକାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୋୖଣସି ପ୍ରଶାସନିକ ଅଧିକାରୀ ତଦନ୍ତ କରି ନାହାନ୍ତି । ତେଣୁ ଆଜି ଅସନ୍ତୋଷ ପ୍ରକାଶ କରି ଶତାଧିକ ମହିଳା ଏବଂ ଯୁବଗୋଷ୍ଠୀ  ଝରିଗାଁ ବ୍ଲକର ତାଲିଅମ୍ବା ସାହି ଠାରେ ନୂତନ ରେ ନିର୍ମାଣ ହେଉଥିବା ବିଦେଶ ମଦ ଦୋକାନ କୁ ଘୋର ବିରୋଧ କରିବା ସହ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ତେବେ ଏହି ମଦ ବିରୋଧୀ ଆନ୍ଦୋଳନ ରେ ଉର୍ମିଳା ସାହୁ, ସଂଜୁ କଲାର, ସାବିତ୍ରୀ ଗୌଡ଼, କମଳା ହରିଜନ, ପଦମା ଧାକଡ଼, ସାବିତ୍ରୀ ଗୌଡ଼, ନିର୍ମଳା କଲାର, ସମ୍ମତି ପୂଜାରୀ, ବିରାଜମଣି ନନ୍ଦିଆ, ଦୁଷିଲା ଗୌଡ଼, କିଆବତୀ କଲାର, ନିଳେନ୍ଦ୍ରୀ କଲାର, ପଦ୍ମନି ବିଶି, ହେମନ୍ତ ଗୌଡ଼, ସତ୍ୟ କଲାର, ରଘୁ ହରିଜନ, ହେମନ୍ତ ନାୟକ, ଦୈତାରି ଗୌଡ଼ ପ୍ରମୁଖ ଯୋଗ ଦେଇଥିବା ବେଳେ ଗାଁର ସମସ୍ତ ଜନ ସାଧାରଣ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.