ବାହାଘର ଭୋଜି ବନ୍ଦ, ୧୦ ହଜାର ଜରିମାନା ଆଦାୟ

69

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଓସ୍ତା ଜଗନ୍ନାଥପୁର ଗ୍ରାମରେ ଏକ ବଡ଼ ଧରଣର ବାହାଘର ଭୋଜିକୁ ତହସିଲଦାର ଏବଂ ପୋଲିସ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ପୋଲିସ ଏବଂ ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ । ଏମାନେ ଆସିବା ଖବର ପାଇ ଭୋଜି କରୁଥିବା ବ୍ୟକ୍ତି ଓ ତାଙ୍କ ସହଯୋଗୀ ମାନେ ଖାଦ୍ୟ ହଣ୍ଡା ସବୁକୁ ପାଳଗଦା ତଳେ ଲୁଚାଇ ଦେଇଥିଲେ । ଏନଫୋର୍ସମେଂଟ ସ୍କ୍ବାଡ୍ ଖାଦ୍ୟ ସାମଗ୍ରୀ ଜବତ କରିବା ସହ ସେସବୁ ଗରିବ ଜନସାଧାରଣଙ୍କୁ ବଂଟନ କରିଥିଲେ । ବାହାଘର ଭୋଜିର ଆୟୋଜନ କରିବା ପାଇଁ ଆୟୋଜକ ଶିବରାମ ପ୍ରଧାନ ୫୦ ଜଣ ପାଇଁ ପ୍ରଶାସନର ଅନୁମତି ନେଇଥିଲେ ମଧ୍ୟ ପ୍ରାୟ ହଜାରେ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିଥିଲେ । ଏନଫୋର୍ସମେଂଟ ସ୍କ୍ୱାଡ ତାଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି ।

Comments are closed.