ଟ୍ୱିନ୍ ସିଟିରେ ଆଇସିୟୁ ଯାଂଚ କରିବ ୪ ଜଣିଆ ଟିମ୍

0 75

ଭୁୁବନେଶ୍ୱର : ଟ୍ୱିନ୍ ସିଟିରେ ଆଇସିୟୁ ଓ ଭେଂଟିଲେଟର ଯାଂଚ କରିବେ ସ୍ୱତନ୍ତ୍ର ଟିମ୍ । ଏନେଇ ଭୁବନେଶ୍ୱର ଓ କଟକ ପାଇଁ ୪ ଜଣିଆ ଏକ୍ସପର୍ଟ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି କମିଟି କଟକ ଓ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲ ବୁଲି ଅନୁଧ୍ୟାନ କରିବେ ଏବଂ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ୍ ମିଳୁଛି ନା ନାହିଁ ଯାଂଚ କରିବେ । ଏହି ସ୍ୱତନ୍ତ୍ର ଟିମ୍ ଟ୍ୱିନ୍‌ସିଟିର ବିଭିନ୍ନ ହସ୍ପିଟାଲ ଯାଂଚ କରି ଡାକ୍ତରଙ୍କ ସହ ଆଲୋଚନା କରିବେ, ରୋଗୀଙ୍କ ସ୍ଥିତି ଦେଖିବେ ।

ଏହାପରେ ଅପରାହ୍ନ ୫ଟାରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ । ସେହି ଅନୁଯାୟୀ, ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି ।ଜେନେରାଲ ବେଡ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁରେ ରହୁଛନ୍ତି । ଫଳରେ ଆଇସିୟୁ ବେଡ ଆବଶ୍ୟକ କରୁଥିବା ଗୁରୁତର ରୋଗୀ ତାହା ପାଇପାରୁନାହାନ୍ତି । ତେଣୁ ଆଇସିୟୁ ବେଡ ଆବଶ୍ୟକ କରୁଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯିବ ।

ରାଜ୍ୟରେ ଦୈନିକ ୧୨ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ବି ସେହି ଅନୁପାତରେ ବଢ଼ୁଛି । ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଇସିୟୁ ସୁବିଧା ଦରକାର ପଡ଼ୁଛି । ହେଲେ ଆବଶ୍ୟକ ଅନୁଯାୟୀ, ଟୁଇନସିଟିରେ ଆଇସିୟୁ ସୁବିଧା ନ ମିଳିବାରୁ ବହୁ ରୋଗୀ ଆଖି ବୁଜୁଥିବା ଅଭିଯୋଗ ହୋଇ ଆସୁଛି ।ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଟୁଇନସିଟିରେ ୭୯% ଆଇସିୟୁ ବେଡ ପୂରଣ ହୋଇସାରିଛି । ମାତ୍ର ୨୧ % ଖାଲି ପଡ଼ିଛି । ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲ ଉପରେ ବଢ଼ୁଥିବା ଚାପକୁ କମାଇବା ପାଇଁ ଏପରି ରଣନୀତି ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.